ETV Bharat / state

ଦୁର୍ନୀତି ଅଭିଯୋଗରେ ITDA କାର୍ଯ୍ୟାଳୟ ଘେରାଉ କଲା ଭଞ୍ଜସେନା

author img

By

Published : Dec 6, 2021, 10:37 PM IST

5T କାର୍ଯ୍ୟରେ ଅଫିସର ଓ କିଛି କଣ୍ଟ୍ରାକ୍ଟର ମଧ୍ୟରେ ମଧୁଚନ୍ଦ୍ରିକା ଥିବା ଅଭିଯୋଗ କରି ଭଞ୍ଜସେନା ପକ୍ଷରୁ ବାରିପଦାସ୍ଥିତ ମୟୂରଭଞ୍ଜ ଆଇ.ଟି.ଡି.ଏ କାର୍ଯ୍ୟାଳୟ ଘେରାଉ । ଅଧିକ ପଢନ୍ତୁ

ଦୁର୍ନୀତି ଅଭିଯୋଗରେ ITDA କାର୍ଯ୍ୟାଳୟ ଘେରାଉ କଲା ଭଞ୍ଜସେନା
ଦୁର୍ନୀତି ଅଭିଯୋଗରେ ITDA କାର୍ଯ୍ୟାଳୟ ଘେରାଉ କଲା ଭଞ୍ଜସେନା

ବାରିପଦା: ଭଞ୍ଜସେନା ପକ୍ଷରୁ ମୟୂରଭଞ୍ଜ ଆଇ.ଟି.ଡି.ଏ କାର୍ଯ୍ୟାଳୟ ଘେରାଉ କରାଯାଇଛି । 5T ଯୋଗେ ମୟୂରଭଞ୍ଜ ଜିଲ୍ଲାର ୬୦ଟି ସ୍କୁଲର ନବୀକରଣ କାର୍ଯ୍ୟରେ କିଛି ନିର୍ଦ୍ଦିଷ୍ଟ କଣ୍ଟ୍ରାକଟରଙ୍କୁ ବିନା ଟେଣ୍ଡରରେ କାର୍ଯ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ ଏକ ଶିଳ୍ପବିହୀନ ଜିଲ୍ଲା ହୋଇଥିବାବେଳେ ଏଠାରେ ବେକାରୀ ସମସ୍ୟା ଅଧିକ ରହିଛି । ତେବେ ଆଇ.ଟି.ଡି.ଏ ମାଧ୍ୟମରେ ୧ ଲକ୍ଷ ଟଙ୍କାର ହେଉଥିବା କାର୍ଯ୍ୟର ମଧ୍ୟ ଟେଣ୍ଡର ହୋଇଥାଏ ।

କିନ୍ତୁ ଗତ କିଛି ମାସ ତଳେ 5Tରେ ହୋଇଥିବା ୬୦ଟି ସ୍କୁଲର ନବୀକରଣ କାର୍ଯ୍ୟରେ କୌଣସି ଟେଣ୍ଡର ହୋଇନାହିଁ ବୋଲି ଭଞ୍ଜସେନା ପକ୍ଷରୁ ଅଭିଯୋଗ କରାଯାଇଛି । ଅଫିସର ଓ କିଛି କଣ୍ଟ୍ରାକଟର ମଧ୍ୟରେ ମଧୁଚନ୍ଦ୍ରିକା ହୋଇ ବିନା ଟେଣ୍ଡରରେ କିଭଳି ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ ଦିଆଗଲା ପ୍ରଶ୍ନ ଉଠାଇଛନ୍ତି । ଏହାଯୋଗୁଁ ଜିଲ୍ଲାର ଅନେକ ବେକାର ଯୁବକ ଯେଉଁମାନେ ଛୋଟ ଛୋଟ କଣ୍ଟ୍ରାକ୍ଟର କରୁଛନ୍ତି ସେମାନେ କୌଣସି କାର୍ଯ୍ୟ ପାଉନାହାଁନ୍ତି । ତେବେ ଆଗାମୀ ଦିନରେ ଯଦି ଟେଣ୍ଡର ପ୍ରକ୍ରିୟା ନକରାଯାଇ ବିନା ଟେଣ୍ଡରରେ କୌଣସି କାର୍ଯ୍ୟ କରାଯାଏ ତେବେ ଭଞ୍ଜସେନା ବ୍ୟାପକ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.