ରାଇରଙ୍ଗପୁର: ଜଙ୍ଗଲରୁ ନିଆଁ ଲିଭାଇ ଫେରୁଥିବାବେଳେ ଭାଲୁ ଆକ୍ରମଣର ଶିକାର ହେଲେ ବନ ସୁରକ୍ଷା ସମିତିର ସଦସ୍ୟ । ଏପରି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ବହଳଦା ରେଞ୍ଜ ଅନ୍ତର୍ଗତ ବାଙ୍କା ପାହାଡ଼ ଜଙ୍ଗଲରେ । ଭାଲୁ ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ ବାଘେଡି ଗ୍ରାମର ଭଞ୍ଜ ବାସ୍କେ ବୋଲି ଜଣାପଡିଛି । ତାଙ୍କୁ ଗ୍ରାମବାସୀ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ବହଳଦା ଡାକ୍ତରଖାନା ଓ ପରେ ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ଭଞ୍ଜ ବାକ୍ସେ ବାଘେଡି ବନ ସୁରକ୍ଷା ସମିତିର ସଦସ୍ୟ ଓ ନିୟମିତ ଜଙ୍ଗଲକୁ ନିଆଁ ଲିଭାଇବାକୁ ଯାଆନ୍ତି । ଆଜି 8 ରୁ 10 ଜଣ ବ୍ୟକ୍ତି ବାଙ୍କ ପାହାଡ ଜଙ୍ଗଲକୁ ନିଆଁ ଲିଭାଇବାକୁ ଯାଇ ଫେରିବା ସମୟରେ ଭାଲୁ ହାବୁଡ଼ରେ ପଡ଼ିଥିଲେ । ଅନ୍ୟମାନେ ଦୌଡି ପଳାଇଥିଲେ କିନ୍ତୁ ଭଞ୍ଜ ତଳେପଡି ଯିବାରୁ ଭାଲୁ ଆକ୍ରମଣର ଶିକାର ହୋଇଥିଲେ । କିନ୍ତୁ ଜଙ୍ଗଲ ବିଭାଗର କୌଣସି ଅଧିକାରୀ ତାଙ୍କୁ ଦେଖିବା ପାଇଁ ମଧ୍ୟ ଆସି ନଥିବାରୁ ଭଞ୍ଜ କ୍ଷୋଭ ପ୍ରକାଶ କରିଛନ୍ତି ।
ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ