ETV Bharat / state

ବାଲି ମାଫିଆଙ୍କ ଗୁଣ୍ଡାରାଜ, ତହସିଲଦାରଙ୍କୁ ଆକ୍ରମଣ ସହ ଗାଡି ଭଙ୍ଗାରୁଜା

author img

By

Published : Jan 30, 2020, 8:15 AM IST

ସାରସକଣାର ଭାରପ୍ରାପ୍ତ ତହସିଲଦାର ମହିନୀ ନାଏକଙ୍କୁ ବାଲିମାଫିଆଙ୍କ ଦ୍ବାରା ମରଣାନ୍ତକ ଆକ୍ରମଣ କରାଯାଇଛି । ଏଥିରେ ତହସିଲଦାର ଆହତ ହୋଇଛନ୍ତି ।

attack on tehsildar in saraskana
ବାଲି ମାଫିଆଙ୍କ ଗୁଣ୍ଡାରାଜ, ତହସିଲଦାରଙ୍କୁ ଆକ୍ରମଣ ସହ ଗାଡି ଭଙ୍ଗାରୁଜା

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ପୁଣି ଦେଖିବାକୁ ମିଳିଛି ବାଲି ମାଫିଆଙ୍କ ଗୁଣ୍ଡାରାଜ। ବୁଧବାର ବିଳମ୍ବିତ ରାତ୍ରିରେ ସାରସକଣାର ଭାରପ୍ରାପ୍ତ ତହସିଲଦାର ମହିନୀ ନାଏକଙ୍କୁ ବାଲିମାଫିଆଙ୍କ ଦ୍ବାରା ମରଣାନ୍ତକ ଆକ୍ରମଣ କରାଯାଇଛି । ଏନେଇ ଝାରପୋଖରୀଆ ଥାନାରେ ଅଭିଯୋଗ ହୋଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ, ସାରସକଣା ଭାରପ୍ରାପ୍ତ ତହସିଲଦାର ବାଲି ଚାଲାଣର ଖବର ପାଇଥିଲେ । ଏହାପରେ ସେ ଏକ ସ୍କର୍ପିଓ ଗାଡ଼ିରେ ବାଲି ବୋଝେଇ ଟ୍ରାକ୍ଟରକୁ ପିଛା କରୁଥିଲେ । ସେହି ସମୟରେ ତହସିଲଦାରଙ୍କ ଗାଡିକୁ ଦୁର୍ଘଟଣା ଘଟାଇବା ପାଇଁ ଉଦ୍ୟମ କରିଥିଲା ଟ୍ରାକ୍ଟର ଚାଳକ। ପାଣ୍ଡରା ଗ୍ରାମ ନିକଟରେ ଅଚାନକ 7ରୁ 8ଜଣ ଲୋକ ତହସିଲଦାରଙ୍କ ଗାଡିକୁ ଅଟକାଇ ଗାଡିର ଆଗ କାଚ ଓ ଡୋର ଭାଙ୍ଗିବା ସହ ଡ୍ରାଇଭର ଓ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ଏହାପରେ ଲହୁଲୁହାଣ ହୋଇ ଭାରପ୍ରାପ୍ତ ତହସିଲଦାର ଝାରପୋଖରୀଆ ଥାନାରେ ଅଭିଯୋଗ କରିଛନ୍ତି । ଝରପୋଖରିଆ ପୋଲିସ ଭାରପ୍ରାପ୍ତ ତହସିଲଦାରଙ୍କୁ ନେଇ ଶୀର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ମୟୁରଭଞ୍ଜ ଜିଲ୍ଲା ରେ ପୁଣି ଦେଖିବାକୁ ମିଳିଛି ବାଲି ମାଫିଆ ଙ୍କ ଗୁଣ୍ଡାରାଜ। ବୁଧବାର ବିଳମ୍ବିତ ରାତ୍ରିରେ ସାରସକଣାର ଭାରପ୍ରାପ୍ତ ତହସିଲଦାର ମହିନୀ ନାଏକଙ୍କୁ ବଲିମାଫିଆ ମରଣାନ୍ତକ ଆକ୍ରମଣ କରାଯାଇଥିବା ନେଇ ଝାରପୋଖରୀଆ ଥାନାରେ ଅଭିଯୋଗ ହୋଇଅଛି। ସାରସକଣା ଭାରପ୍ରାପ୍ତ ତହସିଲଦାର OD11Q 4662 ନମ୍ବର ବିଶିଷ୍ଟ ଧଳା ରଙ୍ଗର ସ୍କର୍ପିଓ ଗାଡ଼ିରେ ,ବାଲି ବୋଝେଇ ଯାଉଥିବା ଟ୍ରାକ୍ଟରକୁ ପିଛା କରୁଥିବା ସମୟରେ ତହସିଲଦାରଙ୍କ ଗାଡିକୁ ଦୁର୍ଘଟଣା ଘଟାଇବା ପାଇଁ ଉଦ୍ୟମ କରିଥିଲା ଟ୍ରାକ୍ଟର ଚାଳକ। ଭାରପ୍ରାପ୍ତ ତହସିଲଦାର ଟ୍ରାକ୍ଟର କୁ ଧରିବା ପାଇଁ ଉଦ୍ୟମ କରି ପାଣ୍ଡରା ଗ୍ରାମରେ ପହଞ୍ଚିଥିଲେ ତେବେ ସେଠାରେ ଅଚାନକ 7ରୁ 8ଜଣ ଲୋକେ ଗାଡିକୁ ଅଟକାଇବା କ୍ଷଣି ସ୍କର୍ପିଓ ଗାଡିର ଆଗ କାଚ ଓ ଝରକା କାଚ ମାରି ଭାଙ୍ଗିବା ସହ ଡ୍ରାଇଭର କୁ ଆକ୍ରମଣ ପରେ ତହସିଲଦାରଙ୍କୁ ଆକ୍ରମଣ କରିଥିଲେ। ଲହୁ ଲୁହାଣ ହୋଇ ଭାରପ୍ରାପ୍ତ ତହସିଲଦାର ଝାରପୋଖରୀଆ ଥାନାରେ ପହଞ୍ଚିବା ପରେ ଅଭିଯୋଗ କରିଥିଲେ। ଝରପୋଖରିଆ ପୋଲିସ ଭାରପ୍ରାପ୍ତ ତହସିଲଦାର ଙ୍କୁ ନେଇ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଇଛି। ପୋଲିସ ଘଟଣାର ତଦନ୍ତ ଜାରି ରଖିଛି।Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.