ETV Bharat / state

ଛେଳି ଚରାକୁ ନେଇ ବାପ-ଝିଅକୁ ମରଣାନ୍ତକ ଆକ୍ରମଣ

ଛେଳି ଚରାଇବାକୁ ନେଇ ପଡୋଶୀର ମରଣାନ୍ତକ ଆକ୍ରମଣରେ ବାପ ଝିଅ ଗୁରୁତର ହୋଇଛନ୍ତି । ଏହାପରେ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି ।

author img

By

Published : Jul 29, 2019, 5:23 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ରାଇରଙ୍ଗପୁର: ସାମାନ୍ୟ କଥାକୁ ନେଇ ପଡୋଶୀର ମରଣାନ୍ତକ ଆକ୍ରମଣ । ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଧୀନରେ ଥିବା ତେରଣ୍ଟି ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଛେଳି ଚରାଇବାକୁ ନେଇ ପଡ଼ୋଶୀର ମରଣାନ୍ତକ ଆକ୍ରମଣରେ ବାପ ଝିଅ ଗୁରୁତର ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ରାଇରଙ୍ଗପୁର

ଏକ ସାମାନ୍ୟ କଥାକୁ ନେଇ ବଚସା ହେବା ପରେ ପଡୋଶୀ ଜଣକ ମରଣାନ୍ତକ ଆକ୍ରମଣ କରିଥିଲା । ପ୍ରଥମେ ଝିଅ ହାତକୁ କଟୁରୀରେ ହାଣି ବାପାଙ୍କୁ ଗୋଡ଼ାଇ ଗୋଡ଼ାଇ ମୁଣ୍ଡକୁ ହାଣିଛନ୍ତି ସେହି ଗ୍ରାମର ଜନୈକ ଯୁବକ । ଏହାପରେ ଯୁବକ ଜଣକ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ଜଣାପଡିଛି ।

ଏହି ଆକ୍ରମଣରେ ଝିଅ କରିସ୍ମା ଓ ବାପା ବୁଧୁରାମ ଗୁରୁତର ହୋଇଛନ୍ତି । ତେବେ ଘଟଣାସ୍ଥଳରେ ସାମନ୍ୟ ଉତ୍ତେଜନା ଦେଖାଦେଇ ଥିବାରୁ ସେମାନଙ୍କୁ ସଙ୍ଗେସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେଁ ପ୍ରଥମେ ସୁକୁଳି ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା।

ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତରଣ କରାଯାଇଛି । ତେବେ ଏନେଇ ବର୍ତ୍ତମାନ ସୁଦ୍ଧା ଥାନାରେ ଲିଖିତ ଅଭିଯୋଗ ହୋଇ ନଥିବାବେଳେ ଖବର ପାଇ ରରୁଆଁ ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ ଆରମ୍ଭ କରିଛି । ବର୍ତ୍ତମାନ ସୁଦ୍ଧା ଏ ଘଟଣାରେ କାହାରିକୁ ଗିରଫ କରି ନଥିବା ବେଳେ ତଦନ୍ତ ଜାରି ରହିଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର(ମୟୁରଭଞ୍ଜ) : ମୟୁରଭଞ୍ଜ ଜିଲ୍ଲା ରରୁଆଁ ଥାନା ଅଧୀନରେ ଥିବା ତେରଣ୍ଟି ଗ୍ରାମରେ ଅଭାବନୀୟ ଘଟଣା। ଏକ ଛେଳି ଘୋଉଡାଇବାକୁ ନେଇ ମରଣାନ୍ତକ ଆକ୍ରମଣ କରିଛନ୍ତି ପୋଡ଼ଶୀ। ଝିଅ ର ହାତରେ ହାଣି ବାପାଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଛନ୍ତି ସେହି ଗ୍ରାମର ଜନୈକ ଯୁବକ । ଗୋଟିଏ ଛେଳି ଘୋଉଡାଇବା ଘଟଣାକୁ ନେଇ ସମ୍ନାନ୍ୟ ବଚସାପରେ ପ୍ରଥମେ ଝିଅ କରିସ୍ମା ଏବଂ ବାପା ବୁଧୁରାମ ଙ୍କୁ ଏକ କଟୁରିରେ ବାରମ୍ବାର ମୁଣ୍ଡକୁ ହାଣି ଗୁରୁତର କରି ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି ଯୁବକ ।ତେବେ ଘଟଣାସ୍ଥଳରେ ସାମନ୍ୟ ଉତ୍ତେଜନା ଦେଖା ଦେଇଥିବା ବେଳେ ଗୁରୁତର ଆହତ ବୁଧୁରାମ ଙ୍କୁ ସଙ୍ଗେ ସଙ୍ଗେ ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସୁକୃଳି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର କୁ ଅଣାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାତରଣ କରିଥିବା ଦେଖିବାକୁ ମିଳିଛି ।ତେବେ ଏ ନେଇ ବର୍ତ୍ତମାନ ସୁଦ୍ଧା ଥାନାରେ ଲିଖିତ ଅଭିଯୋଗ ହୋଇ ନ ଥିବା ବେଳେ ଖବର ପାଇ ରରୁଆଁ ଥାନା ପୋଲିସ ଘଟଣା ସ୍ଥଳକୁ ଯାଇ ଘଟଣା ସମ୍ପର୍କରେ ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି ।ତେବେ ଏ ଘଟଣାରେ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରି ନ ଥିବା ବେଳେ ତଦନ୍ତ ଜାରି ରହିଛି ।
Byte- କରିସ୍ମା ସିଂକୁ (ଗୁରୁତର ଆହତ ବୁଧୁରାମ ସିଂକୁ ଙ୍କ ଝିଅ )Body:XConclusion:X
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.