ETV Bharat / state

ବିଏସଏଫ ଯବାନ ମୃତ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଶେଷକୃତ୍ୟ ସମ୍ପନ୍ନ - mayurbhanj latest news

ବିଏସଏଫରେ କାର୍ଯ୍ୟରତ ମୟୂରଭଞ୍ଜ ଜିଲ୍ଲା ପାହାଡ଼ପୁର ଗ୍ରାମର ଯବାନ ଚିକତ୍ସାଧୀନ ଅବସ୍ଥାରେ ମୃତ । ଜନ୍ମମାଟିରେ ଶୋକାକୁଳ ପରିବେଶରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହ ହେଲା ଶେଷକୃତ୍ୟ ସମ୍ପନ୍ନ । ଅଧିକ ପଢନ୍ତୁ...

ବିଏସଏଫ ଯବାନ ମୃତ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଶେଷକୃତ୍ୟ ସମ୍ପନ୍ନ

author img

By

Published : Aug 23, 2020, 4:01 PM IST

ରାଇରଙ୍ଗପୁର: ବିଏସଏଫ ଯବାନ ମୃତ । ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଶେଷକୃତ୍ୟ ସମ୍ପନ୍ନ । ଭାରତୀୟ ସୀମା ସୁରକ୍ଷାବଳ (ବିଏସଏଫ)ରେ କାର୍ଯ୍ୟରତ ଯବାନ ଚିକତ୍ସାଧୀନ ଅବସ୍ଥାର ମୃତ୍ୟୁବରଣ କରିଥିଲେ ।

ବିଏସଏଫ ଯବାନ ମୃତ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେଲା ଶେଷକୃତ୍ୟ ସମ୍ପନ୍ନ

ସୂଚନାଥାଉକି ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା ଅନ୍ତର୍ଗତ ପାହାଡ଼ପୁର ଗ୍ରାମର ପାସନା ବାରି ଆସାମ 93 ବାଟାଲିୟନରେ ବିଏସଏଫ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିଲେ। କିଡନୀ ଓ ରକ୍ତହୀନତା ରୋଗରେ ଆକ୍ରାନ୍ତ ହୋଇ ଗୌହାଟୀ ମେଡିକାଲ କଲେଜରେ ଚିକିତ୍ସାଧୀନ ଥିଲେ । ଗତ ଗୁରୁବାର ଦିନ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ତାଙ୍କ ମରଶରୀର ଜନ୍ମମାଟି ପାହାଡ଼ପୁର ଗ୍ରାମ ପହଞ୍ଚିବା ପରେ ଗାଁ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।

ବାଦାମପାହାଡ଼ ଥାନାରୁ ତାଙ୍କ ମରଶରୀରକୁ ସମ୍ମାନ ଜଣାଇ ଜାତୀୟ ପତାକା ଧରି ବାଇକ ଶୋଭାଯାତ୍ରାରେ ଜନ୍ମମାଟିକୁ ନେଇଥିଲେ ସ୍ଥାନୀୟ ବାସିନ୍ଦା । ପରିବାରବର୍ଗ ଓ ଅତ୍ମୀୟସ୍ଵଜନ ତାଙ୍କ ଶେଷ ଦର୍ଶନ କରିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା,ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.