ବାରିପଦା: ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ତଥା ବଡାମପୁର ପଞ୍ଚାୟତକୁ ଜଣେ ବୃଦ୍ଧ ମହିଳା ଭତ୍ତା ଟଙ୍କା ନେଇ ଘରକୁ ଆସୁଥିବା ବେଳେ ବୈଶିଙ୍ଗା-ଝିଙ୍କିରିଆ ରାସ୍ତାର ପଥରଚାଟିଆ ଠାରେ ସାମ୍ନା ପଟୁ ଟ୍ରକଟି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ବୃଦ୍ଧ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।
ମହିଳା ଜଣକ ହେଉଛନ୍ତି କୁଚବଣିଆ ଗ୍ରାମର ସାବିତ୍ରୀ ରାମ । ତେବେ ଦୁର୍ଘଟଣା ପରେ ସଙ୍ଗେ ସଙ୍ଗେ ଟ୍ରକ ଡ୍ରାଇଭର ଘଟଣାସ୍ଥଳରୁ ଖସି ପଳାଇଛି । ଉତ୍ୟକ୍ତ ଲୋକେ ଟ୍ରକର କାଚ ଭଙ୍ଗାରୁଜା କରୁଥିବା ସମୟରେ ଖବର ପାଇ ବଡାମପୁର ଫାଣ୍ଡିର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ