ରାଇରଙ୍ଗପୁର : ପାରିବାରିକ କଳହର କରୁଣ ପରିଣତି । ବଧୂ ହତ୍ୟା ଅଭିଯୋଗରେ ସ୍ବାମୀ ଥାନାରେ ଅଟକ। ଏଭଳି ଅଭିଯୋଗ ଆସିଛି ମୟୂରଭଞ୍ଜ ଜିଲ୍ଲାର ରାଣୀପାଳ ଗାଁରୁ । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ସୂଚନା ଅନୁଯାୟୀ ରବିବାର ରାତିରେ ନିଆଁରେ ଜଳି ପୋଡି ହୋଇଥିବା ଅନିତା ମୁର୍ମୁଙ୍କୁ ଗ୍ରାମବାସୀ ଉଦ୍ଧାର କରିବା ସହ ବାପଘରକୁ ଖବର ଦେଇଥିଲେ। ଝିଅର ବାପଘର ଲୋକେ ପହଞ୍ଚିବା ବେଳକୁ ଝିଅର ମୃତ୍ୟୁ ହୋଇସାରିଥିଲା । ଏନେଇ ମୃତ ଝିଅର ବାପଘର ଲୋକଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପରେ ପୋଲିସ ଅଭିଯୁକ୍ତ ସ୍ବାମୀ ସାଉନା ମୁର୍ମୁଙ୍କୁ ଥାନାରେ ଅଟକ ରଖିଥିବା ଜଣାପଡ଼ିଛି। ତେବେ ଗତ ବର୍ଷ ଲକଡାଉନ ସମୟରେ ରାଣିପାଳ ଗ୍ରାମର ନାବାଳକ ସାଉନା ମୁର୍ମୁ ଅସନା ଗ୍ରାମର ନାବାଳିକାଙ୍କୁ ପ୍ରେମ ବିବାହ କରିଥିଲେ ।
ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ