ମୟୂରଭଞ୍ଜ: ଦ୍ବିତୀୟ ଶ୍ରୀକ୍ଷେତ୍ର ରୂପେ ପରିଚିତ ବାରିପଦା ସହର। ବାରିପଦା ରଥଯାତ୍ରରେ ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଜିଲ୍ଲା ପ୍ରଶାସନକୁ ଘେରିଛି ଭଞ୍ଜସେନା ସଂଗଠନ। ଆଜି ଭଞ୍ଜସେନା ସଂଗଠନର ଶତାଧିକ କର୍ମୀ ମୁଖ୍ୟତଃ ତିନୋଟି ଦାବି ନେଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।
ଦାବି ଗୁଡିକ ମଧ୍ୟରେ ରଥଯାତ୍ରାରେ ସରକାରୀ ଅନୁଦାନ ବୃଦ୍ଧି, ରଥନିର୍ମାଣ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିଯୁକ୍ତି, ରଥଯାତ୍ରା ସମୟରେ ଅଧିକ ସଂଖ୍ୟାରେ ପାସ ପ୍ରଦାନ ନ କରିବା ଆଦି ଦାବିରେ ଭଞ୍ଜସେନା ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ଏ ସବୁ ଦାବି ଉପରେ ବିଚାର ନ କଲେ ଆଗକୁ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କହିଛନ୍ତି ଭଞ୍ଜସେନାର ଜିଲ୍ଲା ଯୁବ ଛାତ୍ର ସଭାପତି।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି,ଇଟିଭି ଭାରତ