ETV Bharat / state

ରାଇରଙ୍ଗପୁରରେ ହାତୀ ଆତଙ୍କ, ଖାଇଗଲେ ୩.୫ କୁଇଣ୍ଟାଲ ଧାନ - again elephant enter in rairangpur

ରାଇରଙ୍ଗପୁର ବନଖଣ୍ଡ ରାଇରଙ୍ଗପୁର ରେଞ୍ଜ ଅଧିନ କୁମ୍ଭାରଡୁବି ଓ କୁଆଳି ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି ।

again elephant enter in rairangpur
ପୁଣି ହାତୀ ଆତଙ୍କ
author img

By

Published : Feb 24, 2020, 7:13 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାରେ ପୁଣି ହାତୀ ଆତଙ୍କ । ଜିଲ୍ଲାରେ ଥମିବାର ନାଁ ଧରୁନି ହାତୀ ଆତଙ୍କ । ରାଇରଙ୍ଗପୁର ବନଖଣ୍ଡ ରାଇରଙ୍ଗପୁର ରେଞ୍ଜ ଅଧିନ କୁମ୍ଭାରଡୁବି ଓ କୁଆଳି ଗାଁରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି ।

ପୁଣି ହାତୀ ଆତଙ୍କ

କୁମ୍ଭାରଡୁବି ଗାଁରେ ହାତୀ ଜଣଙ୍କ ଘରର ଚାଳ ଭାଙ୍ଗିବା ସହ ଆସବାବପତ୍ର ନଷ୍ଟ କରିଥିବା ସୂଚନା ମିଳିଛି । ଏଥିସହ କୁଆଳି ଗାଁରେ ଦୁଇ ଜଣଙ୍କ ଘରୁ ପାଖାପାଖି 3.5 କୁଇଣ୍ଟାଲ ଧାନ ହାତୀ ଖାଇ ଦେଇଥିବା ଜଣାପଡିଛି ।

ଏନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି । ଗ୍ରାମବାସୀ ଆତଙ୍କିତ ଥିବାବେଳେ ରାଇରଙ୍ଗପୁର ବନବିଭାଗ ପକ୍ଷରୁ ହାତୀ ଘଉଡେଇବା ପାଇଁ କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଉ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.