ବାରିପଦା: ଦୀର୍ଘ ଦୁଇ ମାସର ଲକଡାଉନ ପରେ ରାଜ୍ୟ ସରକାର ଓ ଘରୋଇ ବସ ମାଲିକଙ୍କ ଅନୁମତି କ୍ରମେ ଗୁରୁବାର ଠାରୁ ବସ ଚଳାଚଳ ନେଇ ନିଷ୍ପତ୍ତି ହୋଇଥିଲା । କିନ୍ତୁ ବାରିପଦା ବସ ଷ୍ଟାଣ୍ଡରୁ ଶୁକ୍ରବାର ପ୍ରଥମ କରି ଘରୋଇ ବସ ଚଳାଚଳ ଆରମ୍ଭ ହୋଇଛି ।
ଶୁକ୍ରବାର ସକାଳେ ଏକ ଘରୋଇ ବସ ଅଳ୍ପ ସଂଖ୍ୟକ ଯାତ୍ରୀଙ୍କୁ ନେଇ ଭୁବନେଶ୍ୱର ଅଭିମୁଖେ ଯାଇଥିବା ବେଳେ ଦିନ 2ଟା ସୁଦ୍ଧା ଆଉ ଦୁଇଟି ବସ ଯାତ୍ରୀ ନେଇ ଭୁବନେଶ୍ୱର ଯାଇଥିବା ଜଣାପଡ଼ିଛି । ତେବେ ବସ ଯାତ୍ରା ସମୟରେ ଯାତ୍ରୀ ମାନଙ୍କ ପାଇଁ ମୁହଁରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
ସେହିପରି ବାରିପଦା ବସ ଷ୍ଟାଣ୍ଡରୁ ଶୁକ୍ରବାର କେବଳ ଭୁବନେଶ୍ୱର ଅଭିମୁଖେ 3ଟି ବସ ଯାତ୍ରୀ ନେଇ ଯାଇଥିବା ବେଳେ ରାଜ୍ୟର ଅନ୍ୟ ସ୍ଥାନକୁ ବସ ଗଡି ନଥିବା ଜଣାପଡିଛି । ଅନ୍ୟପକ୍ଷରେ ବସ କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାର ବ୍ୟବସ୍ଥା କରିବା ଜରୁରୀ ବୋଲି ବସ ଡ୍ରାଇଭର କହିଛନ୍ତି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ