ETV Bharat / state

5 ହଜାର ଲାଞ୍ଚ ନେଇ ଅତିରିକ୍ତ ପୋଷ୍ଟମାଷ୍ଟର ଗିରଫ - Additional post master of Baripada post office

ବାରିପଦା ମୁଖ୍ୟ ଡାକଘର ଅତିରିକ୍ତ ପୋଷ୍ଟମାଷ୍ଟର ମନୋଜ କୁମାର ମହାନ୍ତ ବିଲ୍ ପାସ କରାଇ ଦେବା ପାଇଁ ବିଭାଗୀୟ କର୍ମଚାରୀ ହରିହର ମାଝୀଙ୍କ ଠାରୁ ଲାଞ୍ଚ ନେଇଥିବା ବେଳେ ସିବିଆଇ ଦ୍ୱାରା ଗିରଫ । ଅଧିକ ପଢନ୍ତୁ...

ଲାଞ୍ଚ ନେବା ବେଳେ ସିବିଆଇ ଜାଲରେ ଅତିରିକ୍ତ ପୋଷ୍ଟ ମାଷ୍ଟର

author img

By

Published : Oct 16, 2020, 10:30 PM IST

ବାରିପଦା: ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାରିପଦା ମୁଖ୍ୟ ଡାକଘରର ଅତିରିକ୍ତ ପୋଷ୍ଟମାଷ୍ଟର (ଆକାଉଣ୍ଟ) ମନୋଜ କୁମାର ମହାନ୍ତ ସିବିଆଇ ଦ୍ୱାରା ଗିରଫ । ବିଲ୍ ପାସ କରାଇଦେବାକୁ ବିଭାଗୀୟ କର୍ମଚାରୀ ହରିହର ମାଝୀଙ୍କ ଠାରୁ ଲାଞ୍ଚ ନେଉଥିବା ବେଳେ ସିବିଆଇର ଦଶ ଜଣିଆ ଟିମ ମନୋଜ କୁମାର ମହାନ୍ତଙ୍କୁ ଗିରଫ କରିଛି ।

ଲାଞ୍ଚ ନେବା ବେଳେ ସିବିଆଇ ଜାଲରେ ଅତିରିକ୍ତ ପୋଷ୍ଟ ମାଷ୍ଟର

ସୂଚନାନୁଯାୟୀ ହରିହର ମାଝିଙ୍କ ବିଲ ପାସ ପାଇଁ ଅତିରିକ୍ତ ପୋଷ୍ଟ ମାଷ୍ଟର ମନୋଜ କୁମାର ମହାନ୍ତ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେବେ ଏନେଇ ହରିହର ମାଝୀ ସିବିଆଇ ର ଦ୍ବାରସ୍ଥ ହୋଇଥିଲେ । ଯାହାକୁ ନେଇ ସିବିଆଇ ପକ୍ଷରୁ ୧୦ ଜଣିଆ ଟିମ୍ ଗଠନ କରାଯାଇ ଲାଞ୍ଚୁଆ ଅଧିକାରୀ ମନୋଜ କୁମାର ମହାନ୍ତଙ୍କୁ ଧରିବା ପାଇଁ ଯୋଜନା କରିଥିଲେ ।

ଯୋଜନା ମୁତାବକ ଆଜି (ଶୁକ୍ରବାର) ମନୋଜ ହରିହରଙ୍କ ଠାରୁ ଅଫିସ ପରିସରରେ ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ୍ ମାଡି ବସିଥିଲା । ତେବେ ମନୋଜ କୁମାର ମହାନ୍ତଙ୍କୁ ଗିରଫ ପରେ ବାରିପଦା ମୁଖ୍ୟ ପୋଷ୍ଟ ଅଫିସ ଏବଂ ତାଙ୍କ ଭଞ୍ଜପୁର ସ୍ଥିତ ବାସଭବନରେ ସିବିଆଇ ପକ୍ଷରୁ ଚଢ଼ାଉ ଜାରି ରହିଛି । ତଦନ୍ତ ଜାରି ରହିଥିବାରୁ ସିବିଆଇ ଅଧିକାରୀ ଅଧିକ ତଥ୍ୟ ଦେବାକୁ ମନା କରିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.