ETV Bharat / state

ଅଜଣା ଗାଡ଼ି ଧକ୍କାରେ ଜନୈକ ବ୍ୟକ୍ତିଙ୍କ ମୃତ୍ୟୁ, ଦୁଇ ଗୁରୁତର - ଅଜଣା ଗାଡି ଧକ୍କାରେ ଯୁବ ବ୍ୟବସାୟୀ ମୃତ୍ୟୁ

ଅଜଣା ଗାଡି ଧକ୍କାରେ ଯୁବ ବ୍ୟବସାୟୀ ମୃତ୍ୟୁ । ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢ଼ନ୍ତୁ

national highway road accident case
national highway road accident case
author img

By

Published : May 12, 2023, 10:12 PM IST

ରାଇରଙ୍ଗପୁର: ରାତି ପାହିଲେ ପରିବାରରେ ଥିଲା ବାହାଘର। ଘରେ ବନ୍ଧୁ ବାନ୍ଧବଙ୍କ ଲାଗିଥିଲା ଗହଳି ଚହଳି । ବାହାଘରକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ବେଶ ଖୁସି ଥିଲା । କିନ୍ତୁ ଖୁସିର ମୁହୂର୍ତ୍ତ ଉପରେ ଢାଙ୍କି ହୋଇଗଲା କଳା ବାଦଲ । ବାହାଘର ଥିବାରୁ ବାରିପଦାରୁ ପୁଅକୁ ଆଣିବାକୁ ଯାଇଥିଲେ ଶିବଶଙ୍କର । ପୁଅକୁ ନେଇ ଘରକୁ ଫେରୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ପୋଖରୀ ମୁଣ୍ଢାକୋଟା ଗ୍ରାମ ନିକଟସ୍ଥ ୧୮ନଂ ଜାତୀୟ ରାଜପଥରେ ଶିବଙ୍କ ଗଡିକୁ ଏକ ଅଜଣା ଗଡି ଧକ୍କା ଦେଇଥିଲା । ଫଳରେ ଶିବଶଙ୍କରଙ୍କ ମୃତ୍ୟୁ ଘଟିବା ବେଳେ ତାଙ୍କ ସାଥିରେ ଥିବା ପୁଅ ଓ ତାଙ୍କ ସାଙ୍ଗ ବାରିପଦା PRM ମେଡ଼ିକାଲରେ ଚିକିତ୍ସାଧୀନ ଥିବା ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ଗତକାଲି (ଗୁରୁବାର) ସନ୍ଧ୍ୟା ପ୍ରାୟ 7.30 ସମୟରେ ଏକ ବାଇକ ଯୋଗେ ସାଙ୍ଗ ସୀମାନ୍ତ ମୁଣ୍ଢା ଓ ଶିବଶଙ୍କର ସାହୁ ପୁଅକୁ ଧରି ବାରିପଦାରୁ ଗାଁକୁ ଫେରୁଥିଲେ। ଜାତୀୟ ରାଜପଥରେ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲା। ଗୁରୁତର ଅବସ୍ଥାରେ ସେଠାରେ ପଡି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ଏକ ଅଟୋ ଯୋଗେ ଶୀର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଶିବଶଙ୍କର ସାହୁଙ୍କ ଅବସ୍ଥା ଗୁରୁତର ହେବାରୁ ସଙ୍ଗେସଙ୍ଗେ ତାଙ୍କୁ ବାରିପଦା PRM ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ଆଜି ସକାଳ ୯.୩୦ ସମୟରେ ଶିବଶଙ୍କର ସାହୁଙ୍କ ମୃତ୍ୟୁ ଘଟିଥିଲା। ଶିବଙ୍କ ମୃତ୍ୟୁର ଖବର ପ୍ରସାରିତ ହେବା ପରେ ସାରସକଣା ବଜାରରେ ବ୍ୟବସାୟୀମାନେ ଦୋକାନ ବଜାର ବନ୍ଦ କରିଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସେହିପରି ଗତକାଲି(ଗୁରୁବାର) ମୟୂରଭଞ୍ଜ ଜିଲ୍ଲାର ଝାରପୋଖରିଆ ଥାନା ଅନ୍ତର୍ଗତ ବାଲିଆସାହି ନିକଟସ୍ଥ ୪୯ ନଂ ଜାତୀୟ ରାଜପଥରେ ଗୋଟିଏ ବାଇକକୁ ଅନ୍ୟ ଏକ ବାଇକ ଧକ୍କା ଦେବାରୁ ଜଣେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିବା ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଥିଲେ । ମୃତକ ଜଣକ ସ୍ଥାନୀୟ ଝାଡ଼ପୋଖରିଆ ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ସୁନାରାମ ମୁଣ୍ଡା ବୋଲି ଜଣାପଡ଼ିଛି । ଝାରପୋଖରିଆ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଅନ୍ୟ ବାଇକ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲକୁ ପଠଇଥିଲା ।

ଇଟିଭି ଭାରତ,ରାଇରଙ୍ଗପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.