ETV Bharat / state

ତିରିଶ ବର୍ଷ ପରେ ମିଳିଲା ମା’ - ସୁମିତ୍ରା ବେହେରା

ତିରିଶ ବର୍ଷ ଧରି ନିଖୋଜ ଥିଲେ ମୋରଡ଼ା ଅଞ୍ଚଳର ସୁମିତ୍ରା ବେହେରା । ଆଉ ଆଜି ଫେରିଛନ୍ତି ଗ୍ରାମକୁ । ଏକ ସାମାଜିକ ସଂଗଠନର ସହଯୋଗରେ ଘରକୁ ପୁନର୍ବାର ଫେରି ପାରିଛନ୍ତି ନିଖୋଜ ମହିଳା ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ମୟୁରଭଞ୍ଜ
author img

By

Published : Sep 3, 2019, 8:15 PM IST

ବାରିପଦା: ବର୍ଷେ ନୁହେଁ କିମ୍ବା ଦୁଇ ବର୍ଷ । ଦୀର୍ଘ ତିରିଶ ବର୍ଷ ପରେ ଘରକୁ ଫେରିଛନ୍ତି ମୋରଡ଼ା ଥାନା ପରିଆକୁଲି ଗ୍ରାମର ସୁମିତ୍ରା ବେହେରା । ଏକ ସାମାଜିକ ଅନୁଷ୍ଠାନର ସହଯୋଗରେ ଘରକୁ ଫେରିଛନ୍ତି ସୁମିତ୍ରା । 30 ବର୍ଷ ତଳେ ମହିଳା ଜଣଙ୍କ ଘରୁ କୁଆଡ଼େ ପଳାଇଥିଲେ । ପରିବାର ଲୋକଙ୍କ ବହୁତ ଖୋଜାଖୋଜି ପରେ ମଧ୍ୟ ସୁମିତ୍ରାଙ୍କର କୌଣସି ଖୋଜ ଖବର ମିଳିନଥିଲା ।

ଭିଡ଼ିଓ ସୌଜନ୍ଯ: ସମ୍ବାଦଦାତା, ମୟୁରଭଞ୍ଜ

ସୁମିତ୍ରା ଘରୁ ଯିବା ସମୟରେ ତାଙ୍କର ଦୁଇ ପୁତ୍ର ମଧ୍ୟ ରହିଥିଲେ । ସ୍ବାମୀ ଅନ୍ୟତ୍ର ବିବାହ କରି ଘର ସଂସାର କରି ରହୁଥିଲେ । ସୁମିତ୍ରା ଘରୁ କୁଆଡ଼େ ଯାଇଛନ୍ତି ତାହା କାହା ପାଖରେ ଖବର ନ ଥିଲା । ମୁମ୍ବାଇର ଏକ ଏନଜିଓ ସଂସ୍ଥା ସୁମିତ୍ରାକୁ ମାନସିକ ଅସୁସ୍ଥ ଅବସ୍ଥାରେ ରାସ୍ତାକଡରୁ ଉଦ୍ଧାର କରି 2005 ମସିହାରେ ଚେନ୍ନାଇର ଏକ ମେଣ୍ଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । 2005 ରୁ ଚେନ୍ନାଇ ରେ ଚିକିତ୍ସିତ ହେଉଥିବା ସୁମିତ୍ରା ଙ୍କୁ ମୁମ୍ବାଇ ରଏନଜିଓ ସଂସ୍ଥା ଶ୍ରଦ୍ଧା ରିହାବିଲିଟେସନ ଫାଉଣ୍ଡେସନ ଆଣ୍ଡ ହସ୍ପିଟାଲ ର ସାମାଜିକ କର୍ମୀ ଲକ୍ଷ୍ମୀପ୍ରିୟା ବିଶୋଇ କିଛି ଦିନ ପୂର୍ବରୁ ଭେଟିଥିଲେ । ସୁମିତ୍ରାଙ୍କ ଠାରୁ ଠିକଣା ସଂଗ୍ରହ କରିବା ପରେ ତାଙ୍କୁ ଉକ୍ତ ଅନୁଷ୍ଠାନ ପକ୍ଷରୁ ଗ୍ରାମକୁ ଅଣାଯାଇଛି ।

ଦୀର୍ଘ ବର୍ଷ ପରେ ପରିଆକୁଲି ଗାଁକୁ ସୁମିତ୍ରା ଫେରୁଥିବା ଖବର ପାଇ ଗ୍ରାମବାସୀ ସ୍ବାଗତ ପାଇଁ ଭିଡ଼ ଜମାଇଛନ୍ତି । ସେପଟେ ମାକୁ ପାଇ ଦୁଇ ପୁଅ ଆନନ୍ଦରେ ବିଭୋର ହୋଇପଡ଼ିଛନ୍ତି । ଗ୍ରାମବାସୀ ସୁମିତ୍ରାଙ୍କ ସମେତ ଦୁଇ ସାମାଜିକ କର୍ମୀଙ୍କୁ ଫୁଲ ଚନ୍ଦନ ଓ ଶଙ୍ଖ ହୁଳୁହୁଳି ରେ ଭବ୍ୟ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଛନ୍ତି ।

ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:ବର୍ଷେ କି ଦୁଇ ବର୍ଷ ନୁହେଁ, ଘରୁ ନିଖୋଜ ହେବାର 30 ବର୍ଷ ପରେ ଆଜି ଗାଁ କୁ ଫେରିଛି ଜଣେ ମହିଳା । ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ପରିଆକୁଲି ଗାଁ ରେ ଆଜି ଏ ଭଳି ଏକ ଘଟଣା ଦେଖିବାକୁ ମିଳିଛି।

Body:ଦୀର୍ଘ 30 ବର୍ଷ, ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ପରିଆକୁଲି ଗ୍ରାମର ସୁମିତ୍ରା ବେହେରା ନାମକ ଜଣେ ମହିଳା ଘରୁ କୁଆଡେ ଚାଲି ଯାଇଥିଲେ, ସେ ସମୟରେ ପରିବାର ଲୋକେ ବହୁତ ଖୋଜାଖୋଜି କରିଥିଲେ କିନ୍ତୁ କିଛି ଖୋଜ ଖବର ପାଇ ନଥିଲେ। ସୁମିତ୍ରା ଘରୁ ଯିବା ସମୟରେ ତାଙ୍କର ଦୁଇ ପୁତ୍ର ମଧ୍ୟ ଥିଲେ। ସୁମିତ୍ରା ଯିବାପରେ ସୁମିତ୍ରା ଙ୍କ ସ୍ୱାମୀ ଅନ୍ୟତ୍ର ବିବାହ କରି ଘର ସଂସାର କରି ରହୁଥିଲେ। ସୁମିତ୍ରା ଘରୁ କୁଆଡ଼େ ଯାଇଛନ୍ତି ତାହା କାହା ପାଖରେ ଖବର ନ ଥିଲା। ମୁମ୍ବାଇ ର ଏକ ଏନ ଜି ଓ ସଂସ୍ଥା ସୁମିତ୍ରା କୁ ପାଗଳ ଅବସ୍ଥାରେ ରାସ୍ତାକଡରୁ ପାଇ ଚେନ୍ନାଇ ରେ 2005 ରେ ଏକ ମେଣ୍ଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। 2005 ରୁ ଚେନ୍ନାଇ ରେ ଚିକିତ୍ସିତ ହେଉଥିବା ସୁମିତ୍ରା ଙ୍କୁ ମୁମ୍ବାଇ ର ଏନ ଜି ଓ ସଂସ୍ଥା ଶ୍ରଦ୍ଧା ରିହାବିଲିଟେସନ ଫାଉଣ୍ଡେସନ ଆଣ୍ଡ ହସ୍ପିଟାଲ ର ସାମାଜିକ କର୍ମୀ ଲକ୍ଷ୍ମୀପ୍ରିୟା ବିଶୋଇ କିଛି ଦିନ ପୂର୍ବରୁ ଭେଟିଥିଲେ। ସୁମିତ୍ରା ଙ୍କ ଓଡ଼ିଆ ଭାଷାକୁ ବୁଝିଥିଲେ ଲକ୍ଷ୍ମୀପ୍ରିୟା, ସୁମିତ୍ରା ଙ୍କ ମାନସିକ ସ୍ଥିତି ଟିକିଏ ଠିକ ହେବା ପରେ ନିଜ ଠିକଣା ସହ ଦୁଇ ପୁଅ ଓ ସ୍ୱାମୀ ଙ୍କ ନାମ କହିଥିଲେ ପରେ ମେଣ୍ଟାଲ ହସ୍ପିଟାଲ ରୁ ସୁମିତ୍ରା ଙ୍କୁ ସିଧା ମୟୁରଭଞ୍ଜ ଜିଲ୍ଲା ପରିଆକୁଲି ଗାଁ ରେ ଆଣି ପହଞ୍ଚିଛନ୍ତି ଶ୍ରଦ୍ଧା ରିହାବିଲିଟେସନ ଫାଉଣ୍ଡେସନ ଆଣ୍ଡ ହସ୍ପିଟାଲ ର ଦୁଇ ଜଣ ସାମାଜିକ କର୍ମୀ ଯୁବତୀ ସୁମିତ୍ରା ଙ୍କୁ ତାଙ୍କ ଦୁଇ ପୁଅକୁ ହସ୍ତାନ୍ତର କରିଛନ୍ତି। ଦୀର୍ଘ ବର୍ଷ ପରେ ମା କୁ ପାଇ ପୁଅମାନେ ଖୁସିରେ ବିଭୋର।
ବାଇଟ-1-ଲକ୍ଷ୍ମୀପ୍ରିୟା ବିଶୋଇ-ମେମ୍ବର-ଶ୍ରଦ୍ଧା ଫାଉଣ୍ଡେସନ
ବାଇଟ-2-ସଞ୍ଜୟ ବେହେରା-ବଡ଼ପୁଅ
30 ବର୍ଷ ପରେ ପରିଆକୁଲି ଗାଁ ରେ ନିଖୋଜ ସୁମିତ୍ରା ପହଞ୍ଚିବା ପରେ ପୁରା ଗାଁ ର ଲୋକେ ସୁମିତ୍ରା ଙ୍କୁ ସ୍ୱାଗତ ପାଇଁ ହାଇସ୍କୁଲ ପରିସରରେ ଏକାଠି ହୋଇଥିଲେ।ଗ୍ରାମବାସୀ ସୁମିତ୍ରା ଙ୍କ ସମେତ ଦୁଇ ସାମାଜିକ କର୍ମୀ ମାନଙ୍କୁ ଫୁଲ ଚନ୍ଦନ ଓ ଶଙ୍ଖ ହୁଳୁହୁଳି ରେ ଭବ୍ୟ ସମ୍ବର୍ଦ୍ଧନା ଦେଇ ପାଛୋଟି ନେଇଥିଲେ ଗ୍ରାମବାସୀ। ଏହାପରେ ସୁମିତ୍ରା ଙ୍କୁ ଦୁଇ ପୁଅ ଘରକୁ ନେଇଥିଲେ ହେଲେ ସୁମିତ୍ରା ଙ୍କ ମାନସିକ ସ୍ଥିତ ଠିକ ନ ଥିବାରୁ ସିଏ ଘରକୁ ଯିବାକୁ ବାରଣ କରିଥିଲେ, ବହୁ କଷ୍ଟରେ ମା କୁ ଘରକୁ ନେଇ ବୁଝାସୁଝା ପରେ ମା ରହିଥିଲା ପୁଅ ମାନଙ୍କ ପାଖରେ। ତେଣେ ଦୁଇ ପୁଅ, ସ୍ୱାମୀ , ନାତି ନାତୁଣୀ ସମସ୍ତ ସୁମିତ୍ରା କୁ ପାଇବା ପରେ ଖୁବ ଖୁସି ହୋଇଥିବା ବେଳେ ଦୁଇ ପୁଅ ବି ମା କୁ ପାଇ ମା ର ସେବା କରିବା ସହ ମା ର ଦେଖାଶୁଣା କରିବେ ବୋଲି କହିଛନ୍ତି।
ବାଇଟ-3-ତାପସ କୁମାର ବେହେରା-ସାନପୁଅ
ବାଇଟ-4-ସସ୍ମିତା ବେହେରା-ଗ୍ରାମବାସୀ

Conclusion:ପି ଟୁ ସି ଅଛି
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.