ETV Bharat / state

ପୁଣି କରଞ୍ଜିଆରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ - ମୟୁରଭଞ୍ଜ ଜିଲ୍ଲାରେ ଦୁଷ୍କର୍ମ ମାମଲା

ମୟୂରଭଞ୍ଜ କରଞ୍ଜିଆ ଥାନା ଅଞ୍ଚଳରେ ଲଜ୍ଜା । ଯୁବତୀଙ୍କୁ ଦୁଷ୍କର୍ମ କରି ଯୁବକ ଗିରଫ ।

a man arrested in rape case
ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ
author img

By

Published : Dec 5, 2019, 7:41 PM IST

ରାଇରଙ୍ଗପୁର: ମୟୁରଭଞ୍ଜ ଜିଲ୍ଲାରେ ଧିରେ ଧିରେ ଦୁଷ୍କର୍ମ ମାମଲା ବଢିବାକୁ ଲାଗିଛି । ଅନ୍ୟପଟେ କରଞ୍ଜିଆ ଥାନା ଅଞ୍ଚଳରେ ଏହାର ମାତ୍ରା ଅଧିକ ରହିଥିବା ବେଳେ ପୋଲିସ ପାଇଁ ବର୍ତ୍ତମାନ ଏହା ମୁଣ୍ଡ ବିନ୍ଧାର କାରଣ ପାଲଟିଲାଣି ।

ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

କରଞ୍ଜିଆ ଥାନା ଅଧୀନରେ ଥିବା ଚାଇଁନେବଦା ଗ୍ରାମର ଗଣେଶ୍ୱର ମହାନ୍ତି ନାମକ ଯୁବକକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି ପୋଲିସ । ସେହି ଗ୍ରାମର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରି ୫ ମାସର ଗର୍ଭବତୀ କରିଥିବା ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ କରଞ୍ଜିଆ ଥାନାରେ ।

ଅଭିଯୋଗକୁ ଭିତ୍ତିକରି ୧୮୬/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ଡାକ୍ତରୀ ମାଇନା କରିବା ପରେ ଗୁରୁବାର କୋର୍ଟ ଚାଲାଣ କରିଛି କରଞ୍ଜିଆ ଥାନା ପୋଲିସ । ସେହିପରି ପୀଡିତାକୁ ମଧ୍ୟ ଡାକ୍ତରୀ ମାଇନା ପରେ ଘରେ ଛାଡ଼ି ଦେଇଥିବା ଥାନା ଅଧିକାରୀଙ୍କ ଠାରୁ ସୂଚନା ମିଳିଛି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ, କୋର୍ଟ ଚାଲାଣ କଲା କରଞ୍ଜିଆ ପୋଲିସ।
ଦୁଷ୍କର୍ମ ଭଳି ଲଜ୍ୟାଜନକ ଘଟଣା ମୟୁରଭଞ୍ଜ ଜିଲ୍ଲାର ପିଛା ଛାଡ଼ୁନଥିବା ବେଳେ କରଞ୍ଜିଆ ଥାନା ଅଞ୍ଚଳରେ ଦିନକୁ ଦିନ ବଢ଼ିବାରେ ଲାଗିଛି ଦୁଷ୍କର୍ମ ଭଳି ସମ୍ବେଦନଶୀଳ ଘଟଣା ଯାହା କରଞ୍ଜିଆ ପୋଲିସ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେବେ ବିକୃତ ମାନସିକତା ଆଗରେ ମୂଲ୍ୟହୀନ ହୋଇଯାଉଛି ସମ୍ପର୍କ ଆଉ ମଣିଷପଣିଆ। ତେବେ ପୁଣି ଏଭଳି ଏକ ସମ୍ବେଦନଶୀଳ ଘଟଣା ଆଜି ସାମ୍ନାକୁ ଆସିଛି ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଅଞ୍ଚଳରେ। କରଞ୍ଜିଆ ଥାନା ଅଧୀନରେ ଥିବା ଚାଇଁନେବଦା ଗ୍ରାମର ଗଣେଶ୍ୱର ମହାନ୍ତ ନାମକ ଜନୈକ ଯୁବକକୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି ପୋଲିସ। ସେହି ଗ୍ରାମର ଜନୈକ ଯୁବତୀଙ୍କୁ ଦୁଷ୍କର୍ମ କରି ୫ ମାସର ଗର୍ଭବତୀ କରିଥିବା ପରିବାର ଲୋକେ ଲିଖିତ ଅଭିଯୋଗ କରିଛନ୍ତି କରଞ୍ଜିଆ ଥାନାରେ । ଅଭିଯୋଗକୁ ଭିତ୍ତିକରି ୧୮୬/୧୯ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି ମେଡିକାଲ ମାଇନା କରିବା ପରେ ଆଜି କୋର୍ଟ ଚାଲାଣ କରିଛି କରଞ୍ଜିଆ ଥାନା ପୋଲିସ । ସେହିପରି ପୀଡିତାକୁ ମଧ୍ୟ ଡାକ୍ତରୀ ମାଇନା ପରେ ଘରେ ଛାଡ଼ି ଦେଇଥିବା ଥାନା ଅଧିକାରୀ ଙ୍କ ଠାରୁ ସୂଚନା ମିଳିଛି।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.