ETV Bharat / state

ଘର ଭିତରୁ 8 ଫୁଟର ଅହିରାଜ ଉଦ୍ଧାର - shimilipala 8 fit king kobra rescued

ଶିମିଳିପାଳ ପାଦଦେଶ ପିଠାବଟା ଗାଁରେ ଓକିଲ ମୁଣ୍ଡାଙ୍କ ଘର ଭିତରୁ ଆଠ ଫୁଟର ଅହିରାଜକୁ ଉଦ୍ଧାର କଲେ ସ୍ନେକ ହେଲ୍ପଲାଇନର ସଦସ୍ୟ କ୍ରିଷ୍ଣା ଗୋଚ୍ଛାୟତ । ଅଧିକ ପଢନ୍ତୁ...

ଘର ଭିତରୁ ଆଠ ଫୁଟର ଅହିରାଜ ଉଦ୍ଧାର
ଘର ଭିତରୁ ଆଠ ଫୁଟର ଅହିରାଜ ଉଦ୍ଧାର
author img

By

Published : Jun 4, 2021, 9:48 PM IST

ବାରିପଦା: ବେଡ଼ରୁମରୁ ଉଦ୍ଧାର ହେଲା ଆଠ ଫୁଟର ଅହିରାଜ । ଶିମିଳିପାଳ ଅଭୟାରଣ୍ୟର ପାଦ ଦେଶରେ ଥିବା ପିଠାବଟା ଗାଁରୁ ଓକିଲ ମୁଣ୍ଡାଙ୍କ ବେଡ଼ରୁମ ଭିତରୁ ଏକ ଅହିରାଜକୁ ଉଦ୍ଧାର କରିଛନ୍ତି ସ୍ନେକ ହେଲ୍ପଲାଇନ ସଦସ୍ୟ କ୍ରିଷ୍ଣା ଗୋଚ୍ଛାୟତ। ସୂଚନା ଅନୁଯାୟୀ ଆଜି ଘରେ ସମସ୍ତେ ଥିବା ସମୟରେ ଅହିରାଜ ସାପଟି ଘର ଭିତରକୁ ପଶି ଯାଇଥିଲା ।

ଘର ଭିତରୁ ଆଠ ଫୁଟର ଅହିରାଜ ଉଦ୍ଧାର

ଓକିଲ ମୁଣ୍ଡାଙ୍କ ଘର ଲୋକ ସାପକୁ ଦେଖି ଘରୁ ବାହାରକୁ ପଳାଇ ଆସିଥିଲେ। ତେବେ ଅହିରାଜଟି ଶିମିଳିପାଳ ଅଭୟାରଣ୍ୟରୁ ଗାଁ ଅଭିମୁଖେ ପଳାଇ ଆସିଥିବା ଅନୁମାନ କରାଯାଉଛି। ତେବେ ଏନେଇ ଓକିଲ ମୁଣ୍ଡା ବନ ବିଭାଗକୁ ଖବର ଦେବା ପରେ ବନବିଭାଗ ଅଭିଜ୍ଞ ସାପ ଧରାଳି କ୍ରିଷ୍ଣା ଗୋଚ୍ଛାୟତ ସାଙ୍ଗରେ ନେଇ ଘଟଣା ସ୍ଥଳରେ ପହଞ୍ଚିଥିଲେ। ଅଭିଜ୍ଞ ସାପ ଧରାଳି କ୍ରିଷ୍ଣା ଗୋଚ୍ଛାୟତ କୌଶଳ କ୍ରମେ ସାପଟିକୁ ଧରିଥିଲେ। ତେବେ ସାପଟି 8 ଫୁଟ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ଅହିରାଜ ସାପକୁ ଧରିବା ପରେ ଶିମିଳିପାଳ ଅଭୟାରଣ୍ୟରେ ଛାଡି ଦିଆଯାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.