ETV Bharat / state

ମୟୂରଭଞ୍ଜରେ କମୁଛି ସଂକ୍ରମଣ, ଆଜି ୭୮ ପଜିଟିଭ ଚିହ୍ନଟ - ମୟୂରଭଞ୍ଜ କୋରୋନା ନ୍ୟୁଜ

ମୟୂରଭଞ୍ଜ ଜିଲ୍ଲାରୁ ସୋମବାର ପୁଣି ୭୮ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ମୟୂରଭଞ୍ଜରେ କମୁଛି ସଂକ୍ରମଣ
ମୟୂରଭଞ୍ଜରେ କମୁଛି ସଂକ୍ରମଣ
author img

By

Published : Nov 16, 2020, 7:21 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ କମୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଜିଲ୍ଲାରୁ ସୋମବାର ପୁଣି ୭୮ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୫୩୪ ରେ ପହଞ୍ଚିଛି।

ମୟୂରଭଞ୍ଜରେ କମୁଛି ସଂକ୍ରମଣ

ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୧,୬୯୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭୫୬ ଆକ୍ରାନ୍ତ ଏବେବି ଜିଲ୍ଲାର ବିଭିନ୍ନ ମେଡିକାଲରେ ଚିକିତ୍ସିତ ହେୁଛନ୍ତି । ଏହାଛଡା ଏଯାବତ୍ ଜିଲ୍ଲାରୁ ମୋଟ ୭୬ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ତେବେ ବାରିପଦା ସହରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ ରହିଛି । ସୋମବାର ଜିଲ୍ଲାରୁ ଚିହ୍ନଟ ୭୮ କୋରୋନା ସଂକ୍ରମିତ ହୋମ ଆଇସୋଲେସନ ଓ ବାଙ୍କୀଷୋଳ ସ୍ଥିତ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ଗତ କିଛି ଦିନ ହେବ ଜିଲ୍ଲାରେ ଧୀରେ ଧୀରେ କୋରୋନା ସଂକ୍ରମିତ ଙ୍କ ସଂଖ୍ୟା କମୁଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା ୧୦୦ରୁ କମ ରହୁଥିବା ଦେଖିବାକୁ ମିଳିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.