ବ୍ରହ୍ମପୁର: ପୁଣି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଲଜ୍ଜା । ସହରରେ ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ଆସିଛି । 3 ଜଣ ନାବାଳକ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଜଣାପଡିଛି । ତଦନ୍ତ କରି ପୋଲିସ 3 ଜଣଙ୍କୁ ଅଟକ ରଖିଛି ।
ସୂଚନା ଅନୁଯାୟୀ ଗତ 8 ତାରିଖରେ ଘରେ କେହି ନଥିବାର ସୁଯୋଗ ନେଇ ଜଣେ 10 ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ଆସିଥିଲା । ଅଭିଯୋଗ କ୍ରମେ ତଦନ୍ତ କରି ପୋଲିସ 3 ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚରା କରୁଛି । ଗିରଫ ସମସ୍ତ ଅଭିଯୁକ୍ତ ଗୋଟିଏ ଗ୍ରାମର ବୋଲି ଜଣାପଡିଛି । ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ