ETV Bharat / state

କରଞ୍ଜିଆକୁ ଲେଉଟିଲା କୋରୋନା, ଗୋଟିଏ ସ୍କୁଲରୁ ତିନି ଆକ୍ରାନ୍ତ ଚିହ୍ନଟ

author img

By

Published : Apr 1, 2021, 5:08 PM IST

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଳକ ଅନ୍ତର୍ଗତ ତାଟୋ ଅଞ୍ଚଳର ଏକ ସରକାରୀ ବାଳିକା ବିଦ୍ୟାଳୟରୁ ୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସ୍କୁଲରେ ପଢ଼ୁଥିବା ସମସ୍ତ ଛାତ୍ରୀଙ୍କ ସମେତ ଶିକ୍ଷକଙ୍କ କୋରୋନା ପରୀକ୍ଷା ଗତକାଲି ପାଖରୁ କରାଯାଉଛି । ଅଧିକ ପଢନ୍ତୁ...

କରଞ୍ଜିଆ ଲେଉଟିଲା କୋରୋନା, ଗୋଟିଏ ସରକାରୀ ସ୍କୁଲରେ ତିନି ଆକ୍ରାନ୍ତ ଚିହ୍ନଟ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବ୍ଳକ ଅନ୍ତର୍ଗତ ତାଟୋ ଅଞ୍ଚଳର ଏକ ସରକାରୀ ବାଳିକା ବିଦ୍ୟାଳୟରୁ ୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ମୟୂରଭଞ୍ଜ ମଙ୍ଗଳ ଅଧିକାରୀ ଚିତ୍ତରଞ୍ଜନ ମହାପାତ୍ର ସୂଚନା ଦେଇଛନ୍ତି ।

ଗତ ଦୁଇଦିନ ପୂର୍ବରୁ ଦୁଇ ଜଣ ଛାତ୍ରୀ ଏବଂ ଜଣେ ମାଟ୍ରୋନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅସ୍ଵାଭାବିକ ହେବାରୁ ତାଙ୍କର କୋରୋନା ପରୀକ୍ଷା ହୋଇଥିଲା । ଫଳରେ ଦୁଇ ଜଣ ଛାତ୍ରୀଙ୍କ ସହିତ ମାଟ୍ରୋନଙ୍କ କୋରୋନା ପଜିଟିଭ ଥିବା ଜଣାପଡିଥିଲା । ତେଣୁ ଗତକାଲି ପାଖରୁ ସ୍କୁଲକୁ ବନ୍ଦ ରଖାଯାଇଥିବାର ସୂଚନା ମିଳିଛି । ସେପଟେ ହଷ୍ଟେଲରେ ୧୧୪ ଜଣ ଛାତ୍ରୀ ରହୁଥିବା ବେଳେ ସେମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି ହୋଇଛି ।

ଆକ୍ରାନ୍ତ ଛାତ୍ରୀ ଏବଂ ମାଟ୍ରୋନଙ୍କୁ ସ୍କୁଲ ସଙ୍ଘରୋଧ ଗୃହରେ ରଖି ତାଙ୍କର ଚିକିତ୍ସା କରାଯାଉଛି । ତେବେ ସ୍କୁଲରେ ପଢ଼ୁଥିବା ସମସ୍ତ ଛାତ୍ରୀ ସମେତ ଶିକ୍ଷକଙ୍କ କୋରୋନା ପରୀକ୍ଷା ଗତକାଲି ପାଖରୁ କରାଯାଉଛି । ବର୍ତ୍ତମାନ ସୁଧା ୧୧୪ ଜଣଙ୍କ RTPCR ଟେଷ୍ଟ ହୋଇଥିବା ବେଳେ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଛି । ତେବେ ସ୍କୁଲରେ ସାନିଟାଇଜ ସହିତ ସମସ୍ତ ଆଗୁଆ ସତର୍କତାମୂଳକ ପଦକ୍ଷେପ ନିଆ ଯାଉଥିବା ସୂଚନା ଦେଇଛନ୍ତି ଜିଲ୍ଲା ମଙ୍ଗଳ ଅଧିକାରୀ ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.