ବାରିପଦା: ମୟୂରଭଞ୍ଜରୁ ପୁଣି ୨୧ ଜଣ କୋରୋନା ପଜିଟିଭ ଚିହ୍ନଟ । ମୟୂରଭଞ୍ଜ ଜିଲ୍ଲାରୁ ବୁଧବାର ପୁଣି ୨୧ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ କରି ସୂଚନା ଦେଇଛନ୍ତି । ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯୭ରେ ପହଞ୍ଚିଛି ।
ବୁଧବାର ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ହୋଇଥିବା ୨୧ ଜଣଙ୍କ ମଧ୍ୟରୁ ୧୧ ଜଣ କ୍ବାରେଣ୍ଟାଇନ ସେଣ୍ଟର ଜଣେ ହୋମ କ୍ବାରେଣ୍ଟାଇନ, ଆଠ ଜଣ ସ୍ଥାନୀୟ ଅଞ୍ଚଳରୁ ଏବଂ ଜଣେ କୋଭିଡ ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୨୧ ଜଣକ ମଧ୍ୟରୁ ବାରିପଦା ସହର, କପ୍ତିପଦା, କରଞ୍ଜିଆ ରୁ ଜଣେ ଲେଖାଏଁ, ବିଜାତଳା , ଶୁକୃଳି ରୁ ୪ ଜଣ ବଡ଼ସାହି , ବେତନଟୀରୁ ଦୁଇ ଜଣ ଏବଂ ଜଶିପୁର ବ୍ଲକ ରୁ ୬ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବୁଧବାର ଚିହ୍ନଟଙ୍କ ମଧ୍ୟରୁ କର୍ଣ୍ଣାଟକରୁ ତିନିଜଣ, ହରିୟାଣାରୁ ଜଣେ, ପଶ୍ଚିମବଙ୍ଗରୁ ଜଣେ, ତାମିଲନାଡୁରୁ ଜଣେ ଆନ୍ଧ୍ରପ୍ରଦେଶରୁ ଜଣେ, ରାଜସ୍ଥାନରୁ ଜଣେ, ଝାଡଖଣ୍ଡରୁ ଦୁଇଜଣ ଓ ପଣ୍ଡିଚେରୀରୁ ଜଣେ ଲେଖାଏଁ ଫେରିଥିବା ଜଣାପଡିଛି । ତେବେ ଚିକିତ୍ସା ନିମନ୍ତେ ସମସ୍ତ ୨୧ ଜଣଙ୍କୁ ବାଙ୍କୀସୋଲ ସ୍ଥିତ କୋଭିଡ଼ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି ।
ସେପଟେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଥିବା ବ୍ୟକ୍ତି ମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ଜିଲ୍ଲା ପ୍ରଶାସନ । ଜିଲ୍ଲାରେ ସ୍ଥାନୀୟ ଅଞ୍ଚଳରୁ ୧୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ କୋଭିଡ ଯୋଦ୍ଧା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାରୁ ଜିଲ୍ଲାବାସୀ ଭୟଭୀତ ହୋଇଛନ୍ତି । ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୭ କୁ ଛୁଇଁଛି । ସେଥିମଧ୍ୟରୁ ୧୨୭ ଜଣ କୋରୋନା ଆକ୍ରାନ୍ତ ସକ୍ରିୟ ଥିବାବେଳେ ୨୭୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ମୟୁରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି ଇଟିଭି ଭାରତ