ETV Bharat / state

ବିଜେପି ପ୍ରାଥମିକ ସଦସ୍ୟ ପଦରୁ ୧୩ ଜିଲ୍ଲା ପରିଷଦ ସଭ୍ୟଙ୍କ ଇସ୍ତଫା - ମୟୂରଭଞ୍ଜ ଖବର

ମୟୂରଭଞ୍ଜ ବିଜେପିରେ ଝଡ । ଦଳୀୟ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ମୟୂରଭଞ୍ଜ ଜିଲାପରିଷଦ ଆସନରୁ ନିର୍ବାଚିତ ୧୩ ଭାଜପା ସଦସ୍ୟ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଅଧିକ ପଢନ୍ତୁ...

ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ୧୩ ଜିଲ୍ଲା ପରିଷଦ ସଭ୍ୟ

author img

By

Published : Aug 28, 2021, 10:17 AM IST

ବାରିପଦା: ମୟୂରଭଞ୍ଜ ବିଜେପିରେ ଝଡ । ଦଳୀୟ କାର୍ଯ୍ୟକଳାପରେ ଅତିଷ୍ଠ ହୋଇ ମୟୂରଭଞ୍ଜ ଜିଲାପରିଷଦ ଆସନରୁ ନିର୍ବାଚିତ ୧୩ ଭାଜପା ସଦସ୍ୟ ଦଳର ପ୍ରାଥମିକ ସଭ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ଏ ସଂକ୍ରାନ୍ତରେ ଭାଜପା ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନିକଟକୁ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ବାରିପଦା ମୁର୍ଗାବାଡି ସ୍ଥିତ ପ୍ରୟାସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିବା ୧୧ତମ ଜିଲ୍ଲା ପରିଷଦ ବୈଠକରେ ସଦସ୍ୟମାନେ ବିଭିନ୍ନ କାରଣକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ମନମୁଖି କାର୍ଯ୍ୟକଳାପ ପାଇଁ ଅସନ୍ତୁଷ୍ଟ ସଭ୍ୟମାନେ ଦଳ ଛାଡିବା ନେଇ ନିଷ୍ପତ୍ତି ଗ୍ରହଣ କରିଥିଲେ।

ବିଜେପି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ୧୩ ଜିଲ୍ଲା ପରିଷଦ ସଭ୍ୟ

୨୦୨୦-୨୧ ଓ ୨୧-୨୨ ଆର୍ଥିକ ବର୍ଷରେ ପଞ୍ଚମ ଅର୍ଥ କମିଶନ ଡିଭଲ୍ୟୁସନ ପାଣ୍ଠି ଅନୁଦାନରେ ପ୍ରତି ପଞ୍ଚାୟତ ସମିତିକୁ ୨୯ଲକ୍ଷ ୧୪ ହଜାର ୩୩୧ ଟଙ୍କା ପାନୀୟ ଜଳ ଯୋଗାଣ ନିମନ୍ତେ ଜିଲ୍ଲା ପରିଷଦ ସଦସ୍ୟମାନେ ପ୍ରକଳ୍ପ ଗୁଡିକ ସ୍କ୍ରିନିଂ କମିଟିକୁ ଦେଇଥିଲେ । ପ୍ରକଳ୍ପ ଗୁଡିକ ସମୀକ୍ଷା କରାଯାଇ ଅନୁମୋଦନ ନିମନ୍ତେ ଏହି ବୈଠକରେ ଗୃହୀତ ହେବାକୁ ଥିଲା । ଦୀର୍ଘ ୮ମାସ ପରେ ଏହି ବୈଠକ ହୋଇଥିବା ବେଳେ ପ୍ରକଳ୍ପ ମଞ୍ଜୁରୀକୁ ନେଇ ପ୍ରଶାସନ ଓ ସଭ୍ୟମାନେ ଜିଦ୍‌ରେ ଅଡି ବସିଥିଲେ।

ମାତ୍ର ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଭିଡିଓ କନଫରେସିଂ ବୈଠକ ଥିବା ନେଇ ଏହି ବୈଠକକୁ ଅଧାରୁ ବନ୍ଦ କରି ଦେଇ ସିଟରୁ ଉଠି ଚାଲି ଯାଇଥିଲେ । ଏହାକୁ ନେଇ ଜିଲ୍ଲା ପରିଷଦ ମେମ୍ବରଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାକୁ ନେଇ ସଭ୍ୟମାନେ ଦଳ ପରିତ୍ୟାଗ କରିବା ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ।

ତେବେ ଦଳ ଛାଡିଥିବା ୧୫ସଭ୍ୟଙ୍କ ମଧ୍ୟରୁ ଦୁଇ ଜଣ ଅନୁପସ୍ଥିତ ଥିବା ବେଳେ ୫ଜଣ ସଦସ୍ୟା ଇସ୍ତଫା ପତ୍ରରେ ମୁହଁ ଲୁଚାଇବା ଘଟଣା ସାଧାରଣରେ ଚକିତ କରିଛି । ତେବେ ଏ ନେଇ ବିଜେପି ଜିଲ୍ଲା ସଭାପତି ଓ ଜିଲ୍ଲାପରିଷଦ ଅଧ୍ୟକ୍ଷା ନିଜ ପ୍ରତିକ୍ରିୟା ରଖିଛନ୍ତି । ଯେଉଁମାନେ ଦଳ ଛାଡିଛନ୍ତି ସେମାନେ ଦଳର କର୍ମକର୍ତ୍ତାଙ୍କ ସହ ସୁସମ୍ପର୍କ ରଖି ନ ଥିଲେ । ଦଳ ପାଇଁ କାମ ନ କରି ବିଜେଡି ଦଳ କଥାରେ ପ୍ରଲୋଭିତ ହୋଇ ବିଜେପି ଛାଡିଛନ୍ତି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.