ETV Bharat / state

ବ୍ଲକ ସମ୍ମୁଖରେ ଅଭାବନୀୟ ଦୃଶ୍ୟ, କୁକୁଡ଼ା ପୂଜା କଲେ ସମିତି ସଭ୍ୟ - ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ

ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ସମ୍ମୁଖରେ ଦେଖିବାକୁ ମିଳିଛି କିଛି ଅଭାବନୀୟ ଦୃଶ୍ୟ । ବିଡିଓଙ୍କ ମନମୁଖୀ କାର୍ଯ୍ୟ କରୁଥିବାର ଅଭିଯୋଗ କରି ବ୍ଲକ ସମ୍ମୁଖରେ କୁକୁଡ଼ା ପୂଜା କଲେ ସମିତି ସଭ୍ୟ । ଅଧିକ ପଢନ୍ତୁ...

ବ୍ଲକ ସମ୍ମୁଖରେ ଅଭାବନୀୟ ଦୃଶ୍ୟ, କୁକୁଡ଼ା ପୂଜା କଲେ ସମିତି ସଭ୍ୟ

author img

By

Published : Apr 6, 2021, 12:55 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆ ବ୍ଲକ ସମ୍ମୁଖରେ ଦେଖିବାକୁ ମିଳିଛି କିଛି ଅଭାବନୀୟ ଦୃଶ୍ୟ । କରଞ୍ଜିଆ ବ୍ଲକ ପରିସରରେ ୧୩ ଜଣ ସମିତି ସଭ୍ୟ ବିଡିଓଙ୍କ ମନମୁଖୀ କାର୍ଯ୍ୟ କରୁଥିବାର ଅଭିଯୋଗ କରି ଧାରଣାରେ ବସିଥିଲେ । କିଛି ସମୟ ବସିବା ପରେ ବ୍ଲକ ସମ୍ମୁଖ ଗେଟ ନିକଟରେ ପୂଜାର୍ଚ୍ଚନା କରିଥିଲେ । ତେବେ ୧୩ ଜଣ ସମିତି ସଭ୍ୟଙ୍କ ଉପସ୍ଥିତିରେ କୁକୁଡ଼ା ପୂଜା କରାଯାଇଥିଲା ।

ବ୍ଲକ ସମ୍ମୁଖରେ ଅଭାବନୀୟ ଦୃଶ୍ୟ, କୁକୁଡ଼ା ପୂଜା କଲେ ସମିତି ସଭ୍ୟ

ସେମାନେ ଅଭିଯୋଗ କରିଛନ୍ତି ଯେ, ବିଡିଓଙ୍କ ମୁଣ୍ଡ କାମ କରୁନି ସେଥିପାଇଁ ପୂଜାର୍ଚ୍ଚନା କରାଯାଉଛି । ହାଣ୍ଡିଆ, ଚାଉଳ, ଧୂପ ଇତ୍ୟାଦି ସହ ଦୁଇଟି କୁକୁଡ଼ା ଦେଇ ପୂଜାର୍ଚ୍ଚନା କରାଯାଇଛି । ସମିତି ସଭ୍ୟ ଗୁଣାରାମ ସୋଏ ପ୍ରକାଶ କରିଛନ୍ତି ଯେ, ସେ ତିନି ଦିନ ତଳେ ସ୍ବପ୍ନ ଦେଖିଥିଲେ । ସେଥିପାଇଁ ପୂଜାର୍ଚ୍ଚନା କରିଛନ୍ତି । ଯଦି କିଛି ଦିନ ଭିତରେ ପରିସ୍ଥିତି ଶାନ୍ତ ନ ହୁଏ ତେବେ ଆଗାମୀ ଦିନରେ ବୋଦା ଏବଂ ଘୁଷୁରୀ ପୂଜା କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

ଅନ୍ୟପଟେ, ଯଦି କିଛି ସମସ୍ୟା ଅଛି ତେବେ ଆଲୋଚନା ମାଧ୍ୟମରେ ତାହା ସମାଧାନ ହୋଇପାରିବ ବୋଲି କରଞ୍ଜିଆ ବିଡ଼ିଓ ସୂଚନା ଦେଇଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡ଼ା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.