ETV Bharat / state

ମୟୂରଭଞ୍ଜରୁ ପୁଣି ୧୨୮ ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୭୮୨ ଛୁଇଁଲା

ମୟୂରଭଞ୍ଜ ଜିଲ୍ଲାରେ ଆଉ ୧୨୮ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୮୨ ରେ ପହଞ୍ଚିଛି । ସେଥିମଧ୍ୟରୁ ୯୫୯ ଜଣ ସୁସ୍ଥ ୮୧୭ ଆକ୍ରାନ୍ତ ସକ୍ରିୟ ଅଛନ୍ତି । କୋରୋନା ଆକ୍ରାନ୍ତ ୬ ଜଣଙ୍କ ବିଭିନ୍ନ ରୋଗ କାରଣରୁ ମୃତ୍ୟୁ ହୋଇଛି। ଅଧିକ ପଢନ୍ତୁ...

ମୟୂରଭଞ୍ଜ ଜିଲ୍ଲାରୁ ପୁଣି ୧୨୮ ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୭୮୨ ଛୁଇଁଲା

author img

By

Published : Aug 21, 2020, 7:31 PM IST

ବାରିପଦା: ମୟୂରଭଞ୍ଜ ଜିଲ୍ଲାରୁ ପୁଣି ୧୨୮ କୋରୋନା ପଜିଟିଭ ଚିହ୍ନଟ । ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି । ଜିଲ୍ଲାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୮୨ରେ ପହଞ୍ଚିଛି ।

ମୟୂରଭଞ୍ଜ ଜିଲ୍ଲାରୁ ପୁଣି ୧୨୮ ପଜିଟିଭ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୭୮୨ ଛୁଇଁଲା

ଶୁକ୍ରବାର ମୟୂରଭଞ୍ଜ ଜିଲ୍ଲାରେ ଚିହ୍ନଟ ହୋଇଥିବା ୧୨୮ ଜଣଙ୍କ ମଧ୍ୟରୁ ୫ ଜଣ କ୍ବାରେଣ୍ଟାଇନ ସେଣ୍ଟର, ୧୨୧ ଜଣ ସ୍ଥାନୀୟ ଅଞ୍ଚଳ ଏବଂ ୨ ଜଣ କୋଭିଡ ଯୋଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୧୨୮ ଜଣକ ମଧ୍ୟରୁ କରଞ୍ଜିଆ, କୁଳିଅଣା,କୁସୁମୀ, ରରୁଆଁ, ସାରସକଣା ବ୍ଲକ ରୁ ଜଣେ ଲେଖାଏଁ, କପ୍ତିପଦା, ଶୁଳିଆପଦା, ରାଇରଙ୍ଗପୁର ବ୍ଲକରୁ ଦୁଇ ଜଣ ଲେଖାଏଁ, ତିରିଂ, ବିଶୋଇ, ଜିବି ନଗର, ଠାକୁରମୁଣ୍ଡା ତିନି ଜଣ ଲେଖାଏଁ, ବାରିପଦା ବ୍ଲକ, କରଞ୍ଜିଆ ଏନଏସିରୁ ଚାରିଜଣ ଲେଖାଏଁ , ଜଶିପୁର ଏବଂ ରାସଗୋବିନ୍ଦପୁରରୁ ଛଅ ଜଣ, ଖୁଣ୍ଟାରୁ ଆଠ ଜଣ,ବେତନଟୀ, ବାରିପଦା ସହରରୁ ୯ ଜଣ, ବହଳଦା,ବଡ଼ସାହି, ଶ୍ୟାମଖୁଣ୍ଟା, ଉଦଳା ଏନଏସି ରୁ ୧୧ଜଣ ଲେଖାଏଁ, ଉଦଳା ବ୍ଲକ ରୁ ୧୪ ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବୁଧବାର କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ୫ ଜଣଙ୍କ ମଧ୍ୟରୁ ତାମିଲନାଡୁରୁ ଦୁଇଜଣ, ତେଲେଙ୍ଗାନାରୁ ଦୁଇଜଣ, ଗୁଜୁରାଟରୁ ଜଣେ ଲେଖାଏଁ ଫେରିଥିବା ଜଣାପଡିଛି । ତେବେ ଚିକିତ୍ସା ନିମନ୍ତେ ସମସ୍ତ ୧୨୮ ଜଣଙ୍କୁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ସେପଟେ ଚିହ୍ନଟ ହୋଇଥିବା ସମସ୍ତ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଥିବା ବ୍ୟକ୍ତି ମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଜାରି ରଖିଛି ଜିଲ୍ଲା ପ୍ରଶାସନ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.