ETV Bharat / state

ଜୋର ଧରିଲା ଜିଲ୍ଲା ଗଠନ ଦାବି, ଆଜି 12 ଘଣ୍ଟିଆ ରାଇରଙ୍ଗପୁର ବନ୍ଦ

author img

By

Published : Apr 10, 2023, 10:39 AM IST

ଜିଲ୍ଲା ମାନ୍ୟତା ଦାବିରେ ଆଜି ରାଇରଙ୍ଗପୁରରେ 12 ଘଣ୍ଟିଆ ବନ୍ଦ ପାଳନ କରୁଛି କ୍ରିୟାନୁଷ୍ଠାନ କମିଟି । ଅଧିକ ପଢନ୍ତୁ

rairangpur strike called by action association

ରାଇରଙ୍ଗପୁର ବନ୍ଦ

ରାଇରଙ୍ଗପୁର: ଜୋର ଧରିଲା ରାଇରଙ୍ଗପୁରକୁ ଜିଲ୍ଲା ଗଠନ ଦାବି । ରାଇରଙ୍ଗପୁରରେ ଆଜି 12 ଘଣ୍ଟି ବନ୍ଦ ଡାକରା ଦେଇଛି କ୍ରିୟାନୁଷ୍ଠାନ କମିଟି । ରାଇରଙ୍ଗପୁର ଉପଖଣ୍ଡର ସମସ୍ତ ଅଞ୍ଚଳରେ ଆଜି ବନ୍ଦ ପାଳନ କରାଯାଉଛି । ସକାଳ 6ଟାରୁ ବନ୍ଦ ପାଳନ ହୋଇଥିବା ବେଳେ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଜାରି ରହିବ । ବନ୍ଦର ପ୍ରଭାବରେ ରାଇରଙ୍ଗପୁର ମ୍ୟୁନିସିପାଲିଟି ସମେତ ଉପଖଣ୍ଡର 7ଟି ବ୍ଳକ ଯଥା ରାଇରଙ୍ଗପୁର, ବିଶୋଇ, ଯାମଦା, ବହଳଦା, ତିରିଂ, କୁସୁମୀ ଓ ବିଜାତଳାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ସହ ଗାଡି ମୋଟର ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି ।

ଉକ୍ତ ବନ୍ଦ ପାଳନ ଅବସରରେ ରାଇରଙ୍ଗପୁର ଉପଖଣ୍ଡର ବରିଷ୍ଠ ବୁଦ୍ଧିଜୀବୀ, ବରିଷ୍ଠ ଆଇନଜୀବୀ, ଓକିଲ ସଂଘ, ଡ୍ରାଇଭର ମହାସଂଘ, ବଣିକ ସଂଘ ଓ ଗଣମାଧ୍ୟମ ପ୍ରତିନିଧିଙ୍କ ସମେତ ବିଜେପି, ବିଜେଡ଼ି ଏବଂ କଂଗ୍ରେସ ଦଳର ବରିଷ୍ଠ ନେତା ମାନେ ମଧ୍ୟ ଏହାକୁ ସମର୍ଥନ ଜଣାଇଛନ୍ତି । ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଦଳଗତ ନିର୍ବିଶେଷରେ ସମସ୍ତ ରାଜନୈତିକ ଦଳ, ଉପଖଣ୍ଡର ଜନସାଧାରଣ ଓ ବିଭିନ୍ନ ସଂଗଠନ ଏକତ୍ରିତ ହୋଇ ଜିଲ୍ଲା ଗଠନ ନିମନ୍ତେ ଉପଖଣ୍ଡର ବିଭିନ୍ନ ସ୍ଥାନରେ ପିକେଟିଂ କରି ବନ୍ଦ ପାଳନ କରୁଥିବାର ଦେଖିବାକୁ ମିଳିଛି ।

ବନ୍ଦ ପାଳନ ସମୟରେ ଟାଟା ବାଦାମପାହାଡ଼ ଟ୍ରେନକୁ ରାଇରଙ୍ଗପୁର ଷ୍ଟେସନରେ କିଛି ସମୟ ଅଟକାଇଥିଲେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତି । ବାମନଘାଟି ଉପଖଣ୍ଡ ଦେଇଯାଇଥିବା ୪୯ ନଂ ଜାତୀୟ ରାଜପଥ ଓ ୨୨୦ ନଂ ଜାତୀୟ ରାଜପଥରେ ମଧ୍ୟ ଗାଡି ଚଳାଚଳ ବନ୍ଦ ରହିଛି । ବାମନଘାଟି ଉପଖଣ୍ଡର ଲୋକଙ୍କୁ ଅଫିସ କାର୍ଯ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ପାଇଁ ଶତାଧିକ କିଲୋମିଟର ଅତିକ୍ରମ କରି ଜିଲ୍ଲା ମୁଖ୍ୟାଳୟ ବାରିପଦା ଯିବାକୁ ପଡେ । ଅଧିକ ଖର୍ଚ୍ଚାନ୍ତ ସହ ଅଧିକ ସମୟ ସାପେକ୍ଷ ହେଉଥିବା ବେଳେ ଲୋକେ ନାହିଁ ନ ଥିବା ହଇରାଣ ହେଉଛନ୍ତି । ସେଥିପାଇଁ ରାଇରଙ୍ଗପୁର ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଦୀର୍ଘଦିନରୁ ନୂତନ ଜିଲ୍ଲା ଦାବି କରିଆସୁଛି ।

ତେବେ ଦାବି ପୂରଣ ହୋଇନଥିବା ବେଳେ ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ଆଜି ବନ୍ଦ ପାଳନ କରୁଛନ୍ତି । ସର୍ବଦଳୀୟ ନେତା ଏହି ବନ୍ଦରେ ସାମିଲ ହୋଇଥିବା ବେଳେ ରାଇରଙ୍ଗପୁର ବିଧାୟକ ମଧ୍ୟ ପିକେଟିଂ କରି ବନ୍ଦ ପାଳନରେ ସାମିଲ ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଓଡ଼ିଶାର ସର୍ବବୃହତ ଜିଲ୍ଲା ଭାବେ ବେଶ ପରିଚିତ । ଜିଲ୍ଲାର ଚାରୋଟି ଉପଖଣ୍ଡ ମଧ୍ୟରୁ ରାଇରଙ୍ଗପୁର ଉପଖଣ୍ଡ ଅନ୍ୟତମ । ରାଇରଙ୍ଗପୁର ଉପଖଣ୍ଡରେ ରହିଛି ନିଜର ପୌରପାଳିକା ଅଞ୍ଚଳ ସମେତ ସାତଗୋଟି ବ୍ଲକ ଓ ଆଠ ଗୋଟି ପୋଲିସ ଷ୍ଟେସନ । ଉପଖଣ୍ଡର କିଛି ବ୍ଲକ ଗୁଡ଼ିକରୁ ଜିଲ୍ଲା ମୁଖ୍ୟାଳୟ ବାରିପଦା ୧୦୦ କିଲୋମିଟରରୁ ଅଧିକ ଥିବାରୁ ଯାତାୟାତ ପାଇଁ ଏ ଅଞ୍ଚଳର ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୁଅନ୍ତି । ତେବେ ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ରାଇରଙ୍ଗପୁର ଜିଲ୍ଲା ଗଠନ ନେଇ ଦାବି ହୋଇ ଆସୁଥିଲା ବେଳେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ଆଜି ସମଗ୍ର ଉପଖଣ୍ଡରେ ବନ୍ଦ ପାଳନ କରାଯାଉଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.