ETV Bharat / state

ମୟୂରଭଞ୍ଜରେ ଦଶମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

author img

By

Published : Mar 7, 2021, 7:50 AM IST

ମୟୂରଭଞ୍ଜରେ ଦଶମ ଜିଲ୍ଲା ପରିଷଦ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିଡ଼ିଓ କନଫରେନସିଂ ହଲରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଭିଡିଓ କନଫରେନ୍ସିଂ ହଲ ସହିତ ୨୬ ଟି ବ୍ଲକ କାର୍ଯ୍ୟାଳୟରେ ଥିବା ଭିଡିଓ କନଫରେନ୍ସିଂ କକ୍ଷରେ ଏକା ସାଙ୍ଗରେ ଅନୁଷ୍ଠିତ ହୋଇଯାଇଅଛି ।

ମୟୂରଭଞ୍ଜରେ ଦଶମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ
ମୟୂରଭଞ୍ଜରେ ଦଶମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

ବାରିପଦା: ମୟୂରଭଞ୍ଜରେ ଦଶମ ଜିଲ୍ଲା ପରିଷଦ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଭିଡ଼ିଓ କନଫରେନସିଂ ହଲରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଭିଡିଓ କନଫରେନ୍ସିଂ ହଲ ସହିତ ୨୬ ଟି ବ୍ଲକ କାର୍ଯ୍ୟାଳୟରେ ଥିବା ଭିଡିଓ କନଫରେନ୍ସିଂ କକ୍ଷରେ ଏକା ସାଙ୍ଗରେ ଅନୁଷ୍ଠିତ ହୋଇଯାଇଅଛି ।

ମୟୂରଭଞ୍ଜ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଲୋକସଭା ସାଂସଦ ବିଶେଶ୍ଵର ଟୁଡୁ, ବାରିପଦା ବିଧାୟକ ପ୍ରକାଶ ସୋରେନ, ମୋରଡା ବିଧାୟକ ରାଜକିଶୋର ଦାସ, ସାରସକଣା ବିଧାୟକ ବୁଢାନ ମୁର୍ମୁ, ଉଦଳା ବିଧାୟକ ଭାସ୍କର ମଢେଇ, ବଡ଼ସାହି ବିଧାୟକ ସନାତନ ବିଜୁଳି , ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ନରେନ୍ଦ୍ର ସାହୁ, ଜିଲ୍ଲାପାଳ ବିନୀତ ଭରଦ୍ବାଜ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭବେଶ କୁମାର ନାୟକ, ଡିଆରଡିଏ ଏପିଡିଙ୍କ ସମେତ ଜିଲ୍ଲା ପରିଷଦର ସଦସ୍ୟ/ସଦସ୍ୟା, ପଞ୍ଚାୟତ ସମିତିର ଅଧ୍ୟକ୍ଷ/ଅଧ୍ୟକ୍ଷା, ବିଭିନ୍ନ ସରକାରୀ ବିଭାଗ ପଦାଧିକାରୀ ଯୋଗଦେଇଥିଲେ ।

ଏଥିରେ ବିଭିନ୍ନ ବିଭାଗ ଯୋଜନାରେ କାର୍ଯ୍ୟକାରୀ କରାଯାଇଉଥିବା ଉନ୍ନୟନ ପ୍ରକଳ୍ପ ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସାରସକଣା ୫୬ ନମ୍ବର ସଦସ୍ୟ ସ୍ବର୍ଗତ ଭୁବନେଶ୍ବର ମହାନ୍ତଙ୍କ ଅକାଳ ବିୟୋଗରେ ତାଙ୍କ ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍‌ ନୀରବ ପ୍ରାର୍ଥନା କରାଯାଇଥିଲା । ପରେ ଉକ୍ତ ଜୋନରୁ ନବ ନିର୍ବାଚିତ ସଦସ୍ୟ ତାଙ୍କ ପୁତ୍ର ତୁଷାରେନ୍ଦୁ ଶେଖର ମହାନ୍ତିଙ୍କୁ ସ୍ବାଗତ ଜଣାଇ ଜିଲ୍ଲାପାଳ ଶପଥପାଠ କରାଇଥିଲେ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

For All Latest Updates

TAGGED:

ZP MEETING
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.