ETV Bharat / state

ଦମଦାର ବିଜୟ ପରେ ରୋଡ ସୋ କଲେ ବିଜୟୀ ପ୍ରାର୍ଥୀ - ଆଠଟି ୱାର୍ଡରେ ବିଜେଡିର କାଉନସିଲର ବିଜୟୀ

ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷପଦ ହାତେଇ ନେଇଛନ୍ତି ଭାରତୀୟ ଜନତା ଦଳ । ୮ଟି ୱାର୍ଡରେ ବିଜେଡିର କାଉନସିଲର ବିଜୟୀ । ଅଧିକ ପଢ଼ନ୍ତୁ

ବିଜୟ ପାର୍ଥିଙ୍କ ରୋଡ୍ ସୋ
ବିଜୟ ପାର୍ଥିଙ୍କ ରୋଡ୍ ସୋ
author img

By

Published : Mar 27, 2022, 10:14 AM IST

Updated : Mar 27, 2022, 10:26 AM IST

ମାଲକାନଗିରି: ମାଲକାନଗିରି ପୌରପରିଷଦ ଓ ବାଲିମେଳା ଏନଏସି ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ରାଜ୍ୟରେ ଗତ ଦୁଇ ଦିନ ତଳେ ଶେଷ ହୋଇଥିବା ପୌରପରିଷଦ ନିର୍ବାଚନର ଫଳାଫଳ ଘୋଷଣା କରାଯାଇଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ପଦ ହାତେଇ ନେଇଛି ଭାରତୀୟ ଜନତା ଦଳ । ଏଠାରେ ଶାସକ ଦଳ ଆପ୍ରାଣ ଉଦ୍ୟମ କରିଥିଲେ । ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେପି ଦଳର ପ୍ରଦୀପ କୁମାର ନାୟକ ତାଙ୍କ ପ୍ରତିଦ୍ବନ୍ଦୀ ବିଜେଡି ଦଳର ଜି, ସଞ୍ଜୀବ ଦୋରାଙ୍କ ଠାରୁ ୩୮୯ ଖଣ୍ଡ ଭୋଟ ଆଗରେ ରହି ବିଜୟ ହାସଲ କରିଛନ୍ତି ।

ଦମଦାର ବିଜୟ ପରେ ରୋଡ ସୋ କଲେ ବିଜୟୀ ପ୍ରାର୍ଥୀ

ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦରେ ୧୨ଟି ୱାର୍ଡ ରହିଥିବା ବେଳେ ୮ଟି ୱାର୍ଡରେ ବିଜେଡିର କାଉନସିଲର ବିଜୟୀ ହୋଇଛି । ସେହିପରି ୪ଗୋଟି ୱାର୍ଡରେ ବିଜେପି କାଉନସିଲର ବାଜିମାତ କରିଛନ୍ତି । ଅପରପକ୍ଷରେ ଚଳିତଥର କଂଗ୍ରେସ ଦଳ ଗୋଟିଏ ୱାର୍ଡ ଆଣି ପାରିନାହିଁ । ଯାହା ବାଲିମେଳାବାସୀଙ୍କୁ ଚକିତ କରିଦେଇଛି ।

ସେହିପରି ମାଲକାନଗିରି ପୌରାଞ୍ଚଳରେ ଶାସକ ବିଜୁ ଜନତା ଦଳ ନିଜ ପୂର୍ବ ସ୍ଥିତି ବଜାଇ ରଖିବାରେ ସକ୍ଷମ ହୋଇଛି । ଏଠାରେ ବିଜେଡିର ମନୋଜ କୁମାର ବାରିକ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ଜାତୀୟ କଂଗ୍ରେସର ପ୍ରାର୍ଥୀ ଜି, ଶ୍ରୀନିବାସ ରାଓଙ୍କ ୧୨୭୬ ଖଣ୍ଡ ଭୋଟରେ ପରାଜୟ କରି ଅଧ୍ୟକ୍ଷ ପଦବୀ ହାତେଇଛନ୍ତି । ମାଲକାନଗିରି ପୌରାଞ୍ଚଳର ୧୯ ନମ୍ବର ୱାର୍ଡରୁ 14ଟିରେ ବିଜେଡି କାଉନସିଲ ପ୍ରାର୍ଥୀ ଓ ୫ଟିରେ କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି ।

ଚଳିତଥର ବିଜେପି ମାଲକାନଗିରି ପୌରାଞ୍ଚଳରେ ଖାତା ଖୋଲି ପାରିନାହିଁ । ଫଳାଫଳ ଘୋଷଣା ପରେ ଉଭୟ ଅଧ୍ୟକ୍ଷ ସେମାନଙ୍କ ସମର୍ଥକଙ୍କ ସହ ଆତସବାଜି କରି ସହର ପରିକ୍ରମା କରିଥିଲେ।

ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ

Last Updated : Mar 27, 2022, 10:26 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.