ETV Bharat / state

ମାଲ୍ୟବନ୍ତ ମହୋତ୍ସବ ପୂର୍ବରୁ ଆମ୍ମକୁଣ୍ଡ ଠାରୁ ଜଳ ସଂଗ୍ରହ ଶୋଭାଯାତ୍ରା - ଆମ୍ମକୁଣ୍ଡ ଠାରୁ ଜଳ ସଂଗ୍ରହ ଶୋଭାଯାତ୍ରା

ମାଲକାନଗିରିରେ ମାଲ୍ୟବନ୍ତ ମହୋତ୍ସବ ପୂର୍ବରୁ ଖଇରପୁଟ ବ୍ଲକର ଆମ୍ମକୁଣ୍ଡ ଠାରୁ ପବିତ୍ର ଜଳ ସଂଗ୍ରହ କରାଯାଇଛି । ଅଧିକ ପଢନ୍ତୁ

Malyavant festival
Malyavant festival
author img

By

Published : Jan 11, 2023, 12:41 PM IST

Malyavant festival

ମାଲକାନଗିରି: ଆସନ୍ତା ଜାନୁଆରୀ ୧୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ । ଏହା ପୂର୍ବରୁ ସୋମବାର ଠାରୁ ଖଇରପୁଟ ବ୍ଲକର ଆମ୍ମକୁଣ୍ଡ ଠାରୁ ପବିତ୍ର ଜଳ ସଂଗ୍ରହ କରାଯାଇଛି । ଏହା ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ଜାରି ରହିବ । ସୋମବାର ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ଙ୍କ ଦ୍ଵାରା ବିଧିବଦ୍ଧ ଭାବେ ପୂଜାର୍ଚ୍ଚନା କରାଯାଇ ପବିତ୍ର ଜଳକୁ ଦାମଲଦେଇ ମନ୍ଦିର ପରିସରକୁ ଅଣାଯାଇଥିଲା । ସେଠାରୁ ଏକ ଭବ୍ୟ ଶୋଭାଯାତ୍ରା ଖଇରପୁଟ ସରକାରୀ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଆୟୋଜନ ହୋଇଥିଲା । ଶୋଭାଯାତ୍ରାରେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଚିତ୍ରକୋଣ୍ଡାର ପୂର୍ବତନ ବିଧାୟକ, ଡମ୍ୱରୁ ସିସାଙ୍କ ସମେତ ଅନ୍ୟାନ୍ୟ ନିର୍ବାଚିତ ପ୍ରତିନିଧି ମାନେ ସାମିଲ ହୋଇଥିଲେ ।

ବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷ ବିଘ୍ନ କିର୍ଷାନି ସଭାପତିତ୍ବ କରିବା ବେଳେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାଏକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହାକୁ ଉଦଘାଟନ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ଖଇରପୁଟ ହୃଦାନନ୍ଦ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଏହି ସମାରୋହ ଆୟୋଜନ ହୋଇଥିଲା । ଅପରାହ୍ନରେ କଳସ ଗୁଡ଼ିକୁ ମାଲକାନଗିରି ସଦର ମହକୁମାକୁ ଅଣାଯାଇଥିଲା ।

ସେଠାରେ ଭୈରବୀ ମନ୍ଦିର ଠାରେ ପୂଜାର୍ଚ୍ଚନା କରାଯାଇ ଏକ ଶୋଭାଯାତ୍ରାରେ ଜଗନ୍ନାଥ ମନ୍ଦିର ପରିସରରେ କଳସ ଗୁଡ଼ିକୁ ସ୍ଥାପନ କରାଯାଇଛି। ଏହି କଳସ ଯାତ୍ରାରେ ସ୍ଵଂୟ ସହାୟକ ଗୋଷ୍ଠୀର ସଦସ୍ୟ, ଅଙ୍ଗନୱାଡ଼ି ଓ ଆଶା କର୍ମୀ, ଛାତ୍ରଛାତ୍ରୀ, ଜନ ସାଧାରଣ, ଜିଲ୍ଲା ଏବଂ ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ସାମିଲ ହୋଇଥିଲେ। ଆସନ୍ତା ଜାନୁଆରୀ ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ମାଲ୍ୟବନ୍ତ ମହୋତ୍ସବ ଆୟୋଜନ କରାଯିବ ।

ତେବେ ମହୋତ୍ସବ ଆରମ୍ଭ ହେବା ପୂର୍ବରୁ ସ୍ବାଭିମାନ ଅଞ୍ଚଳର ଚିତ୍ରକୋଣ୍ଡା ବ୍ଲକର ଲାଉଗୁଡ଼ା ଗ୍ରାମରେ ଘୋଡା ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମୁଖ୍ୟ ଅତିଥି ଭାବେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଏହି ମହୋତ୍ସବରେ ଯୋଗ ଘୋଢାଦୌଡ ପ୍ରତିଯୋଗିତାର ଉଦଘାଟନ କରିଥିଲେ । ଘୋଡା ଦୌଡ ପ୍ରତି ଯୋଗିତାରେ ମୋଟ ୩୦ଟି ଘୋଡା ଭାଗ ନେଇଥିଲେ ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.