ETV Bharat / state

ଅନ୍ଧବିଶ୍ବାସର ଅନ୍ଧଗଳି: ଗୁଣିଗାରେଡି ସନ୍ଦେହରେ ଜଣଙ୍କୁ ଗଳାକାଟି ହତ୍ୟା !

ମାଲକାନଗିରିରେ ଗୁଣିଗାରେଡି ପାଇଁ ଡାକିଥିବା ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରାଯାଇଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

ଗୁଣିଗାରେଡି ଯୋଗୁଁ ଗ୍ରାମବାସୀଙ୍କୁ ହତ୍ୟା ସନ୍ଦେହ

author img

By

Published : May 8, 2021, 11:55 AM IST

ମାଲକାନଗିରି: ଗୁଣିଗାରେଡି କରିବା ପାଇଁ ଗୁଣିଆଙ୍କୁ ଡାକିଥିବା ବ୍ୟକ୍ତି ନିଜେ ଗୁଣିଆଙ୍କ କବଳରେ ପଡିଯାଇଥିବା ସନ୍ଦେହ କରାଯାଉଛି । ଜିଲ୍ଲାର ପଡିଆ ଥାନା ଅନ୍ତର୍ଗତ ନିଲିଗୁଡା ଗ୍ରାମର ଜଣେ ବ୍ୟକ୍ତି ପୂଜା କରିବା ପାଇଁ ଗୁଣିଆକୁ ଡାକିଥିବା ବେଳେ ଶନିବାର ଉକ୍ତ ବ୍ୟକ୍ତିଙ୍କ ମୃତଦେହ ମିଳିଛି ।

ଗୁଣିଗାରେଡି ଯୋଗୁଁ ଗ୍ରାମବାସୀଙ୍କୁ ହତ୍ୟା ସନ୍ଦେହ

ମିଳିଥିବା ସୂଚନା ମୁତାବକ ନିଲିଗୁଡା ଗ୍ରାମର ବୁଦୁରା ପଡ଼ିଆମୀ ପୂଜା କରିବା ପାଇଁ 2 ଜଣ ଗୁଣିଆକୁ ଡାକିଥିଲେ । 2ଜଣ ଗୁଣିଆ ଶୁକ୍ରବାର ସନ୍ଧ୍ୟାରେ ବୁଦୁରାଙ୍କ ଘରେ ପହଞ୍ଚିଥିଲେ । ଏହାପରେ ଘରର ଗୋଟିଏ କୋଠରୀରେ ରାତିରେ ପୂଜା କରିବାର ଥିଲା । ଏଣୁ 2ଜଣ ଗୁଣିଆଙ୍କ ସହିତ ବୁଦୁରା ଗୋଟିଏ ଘରେ ଶୋଇଥିଲେ । କିନ୍ତୁ ଶନିବାର ସକାଳେ ବୁଦୁରାର ମୃତଦେହ ପଡି ରହିଥିବା ଘରଲୋକ ଦେଖିଥିଲେ ।

ଅନ୍ୟପଟେ ପୂଜା କରିବାକୁ ଆସିଥିବା 2 ଜଣ ଗୁଣିଆ ସକାଳୁ ଫେରାର ଥିଲେ । ତେବେ ଗୁଣିଗାରେଡି ଯୋଗୁଁ ବୁଦୁରାଙ୍କୁ ଗଳାକାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.