ETV Bharat / state

ମାଲକାନଗିରିରେ ସେକ୍ସ ରାକେଟ ଠାବ, ୩ ଗିରଫ - ରାଣୀ ମହୁମାଛି ସମେତ ୨ଜଣଙ୍କୁ ଗିରଫ କଲା ପୋଲିସ

ମାଲକାନଗିରିର କୁମୁଟିଗୁଡାରେ ଚାଲିଥିଲା ସେକ୍ସ ରାକେଟ । ଚଢାଉ କରି ୩ଜଣଙ୍କୁ ଗିରଫ କଲା ପୋଲିସ । ଅଧିକ ପଢନ୍ତୁ

ମାଲକାନଗିରିରେ ସେକ୍ସ ରାକେଟ ଠାବ
ମାଲକାନଗିରିରେ ସେକ୍ସ ରାକେଟ ଠାବ
author img

By

Published : Dec 8, 2022, 2:42 PM IST

ମାଲକାନଗିରି: ଜିଲ୍ଲାରେ ସେକ୍ସ ରାକେଟ ଠାବ । ରାଣୀ ମହୁମାଛି ସମେତ ୨ଜଣଙ୍କୁ ଗିରଫ କଲା ପୋଲିସ । ସଦର ମହକୁମାର କୁମୁଟିଗୁଡାରେ ସେକ୍ସ ରାକେଟ ଚାଲିଥିବା ବେଳେ ଚଢାଉ କରିଥିଲା ପୋଲିସ । ଗିରଫ ରାଣୀ ମହୁମାଛି ହେଉଛନ୍ତି ସର୍ମିଲା ଚକ୍ରବର୍ତ୍ତୀ । ସୁକମା ଅଞ୍ଚଳର ଦୀପକ ଗାନ୍ଧୀ ଏବଂ ରାକେଶ ବାଲା । ସର୍ମିଲା ଚକ୍ରବର୍ତ୍ତୀ କିଛି ଝିଅ ଏବଂ ମହିଳାଙ୍କୁ ଆଣି କୁମୁଟିଗୁଡାର ଏକ ଘରେ ସେକ୍ସ ରାକେଟ ଚଳାଇଥିଲେ ।

ମାଲକାନଗିରିରେ ସେକ୍ସ ରାକେଟ ଠାବ

ମିଳିଥିବା ସୂଚନା ଅନୁଯାୟୀ, କୁମୁଟିଗୁଡାର ଏକ ଘରେ ରାତି ହେଲେ ଲୋକଙ୍କ ଭିଡ ଜମୁଥିଲା । ଏନେଇ ଖବର ପାଇବା ପରେ ଆଇଆଇସି ରିଗାନ କିଣ୍ଡୋଙ୍କ ନେତୃତ୍ବରେ ଏକ ଟିମ କୁମୁଟିଗୁଡା ସ୍ଥିତ ସେହି ଘର ଉପରେ ଚଢାଉ କରିଥିଲା ପୋଲିସ । ଏହି ସମୟରେ କିଛି ବ୍ୟକ୍ତି ଦୌଡି ପଳାଇଥିବା ବେଳେ ୨ଜଣ ଯୁବକଙ୍କୁ କାବୁ କରିଥିଲା ପୋଲିସ । ଏଥି ସହ ରାଣୀ ମହୁମାଛିଙ୍କୁ ଗିରଫ କରିଥିଲା ପୋଲିସ । ଗତକାଲି ସନ୍ଧ୍ୟାରେ ଗିରଫ ୩ଜଣଙ୍କୁ ପୋଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ସେହିପରି ୨ ମହିଳାଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରିବା ପରେ ଛାଡି ଦେଇଥିବା ଜଣାପଡିଛି । ମାଲକାନଗିରି ଜିଲ୍ଲାରେ ଏହି ସେକ୍ସ ରାକେଟ ଦୀର୍ଘ ଦିନ ଧରି କୁମୁଟିଗୁଡାରେ ଚାଲୁଥିଲା । ତେବେ ପୋଲିସ ଏହାର ଟେର ମଧ୍ୟ ପାଇପାରୁନଥିଲା । ଚଢାଉ ପରେ ପୋଲିସ ୩ଟି ମୋବାଇଲ, ୧୦ ହଜାର ୫ଶହ ଟଙ୍କା ଜବତ କରିଥିଲା । ଏଠାକୁ ପଡୋଶୀ ରାଜ୍ୟରୁ ଲୋକମାନେ ଆସୁଥିବା କୁହାଯାଇଛି । ରାଣୀ ମହୁମାଛି କୁହାଯାଉଥିବା ସର୍ମିଲାର ବଡ ନେଟଓ୍ବାର୍କ ଥିବା ମଧ୍ୟ ସନ୍ଦେହ କରାଯାଉଛି । ପୋଲିସ ହାତରେ ଲାଗିଥିବା ମୋବାଇଲରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ନାମ ଥିବା ନେଇ ଆଲୋଚନା ହେଉଛି । ଏହି ଘଟଣାର ତଦନ୍ତ କେତେ ଆଗକୁ ନେଉଛି ତାହା ଦେଖିବାର କଥା ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.