ମାଲକାନଗିରି: ଜିଲ୍ଲାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି । କାଙ୍ଗୁରୁକୋଣ୍ଡା ପୋଲ ଉପରେ ପ୍ରାୟ 4-5 ଫୁଟରେ ଜଳ ପ୍ରବାହିତ ହେଉଥିବା ସମୟରେ ପୋଲ ଉପରେ ସେହି ସମୟରେ ଏକ ଟ୍ରକ ଅତିକ୍ରମ କରୁଥିଲା । ତେବେ ଜଳର ସ୍ରୋତ ଏତେ ପ୍ରଖର ଥିଲା ଯେ ଟ୍ରକ ଭାସିଯାଇଥିଲା ।
ତେବେ ଟ୍ରକରେ ଥିବା ଡ୍ରାଇଭର ଓ ହେଲପରଙ୍କୁ ଉଦ୍ଧାର କରାଯାଇଛି । ନିକଟସ୍ଥ ଗ୍ରାମବାସୀ ଏହି ଦୁଇ ଜଣଙ୍କୁ ସୋଲ ଡଙ୍ଗା ସାହାଯ୍ୟରେ ଉଦ୍ଧାର କରିଛନ୍ତି ।
ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ