ମାଲକାନଗିରି: ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ଶିକ୍ଷକଙ୍କୁ ହତ୍ୟା ଘଟଣା । କ୍ଷତିପୂରଣ ଦାବିରେ ମୃତ ଶିକ୍ଷକଙ୍କ ପରିବାର ଲୋକେ ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ । କ୍ଷତିପୂରଣ ବାବଦକୁ 10 ଲକ୍ଷ ଟଙ୍କା ବାବଦକୁ ପରିବରର ଜଣଙ୍କୁ ଚାକିକରି ଦେବାକୁ ଦାବି କରିଛନ୍ତି । ନୂଆବର୍ଷ ଦିନ ମାଲକାନଗିରି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାଳୟରେ ପିଅନର ଟାଙ୍ଗିଆ ଚୋଟରେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିଲା ।
ଏହା ମଧ୍ୟ ପଢ଼ନ୍ତୁ: ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥର ରେକର୍ଡ ଲକ୍ଷ୍ୟ, 36ଟି ଷ୍ଟେସନର କରାଯିବ ଉନ୍ନତିକରଣ
ସୋମବାର ଶିଶୁ ମନ୍ଦିର ବନ୍ଦ ରହିଥିବା ବେଳେ କୌଣସି କର୍ମଚାରୀ ବିଦ୍ୟାଳୟକୁ ଆସିନଥିଲେ । ଏପରିକି ବିଦ୍ୟାଳୟର ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଆସିନଥିଲେ । ତେବେ ମୃତଦେହ ସେମାନଙ୍କ ଗାଁ ପର୍ଯ୍ୟନ୍ତ ପହଞ୍ଚାଇବେ ବୋଲି ପରିଚାଳନା କମିଟି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କାହାର ଦେଖା ମିଳୁନଥିବାରୁ ପରିବାର ଲୋକେ ଶିଶୁ ମନ୍ଦିର ସାମ୍ନାରେ ଧାରଣରେ ବସିରହିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ବୁଝାସୁଝା କରିଥିବାବେଳେ ସେମାନେ ଜିଦ୍ରେ ଅଡି ବସିଥିଲେ । କମିଟି ସଦସ୍ୟ ଆସି ଏହାକୁ ସମାଧାନ କରନ୍ତୁ ବୋଲି ଦାବି ହୋଇଛି । କ୍ଷତିପୂରଣ ନଦେବା ପର୍ଯ୍ୟନ୍ତ ଧାରଣାରୁ ହଟିବେ ନାହିଁ ବୋଲି କହିଥିଲେ ମୃତ ଶିକ୍ଷକଙ୍କ ପରିବାର ଲୋକେ । ଅପରପକ୍ଷରେ ସାଇଣ୍ଟେଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ଏହା ମଧ୍ୟ ପଢ଼ନ୍ତୁ: ନୂଆବର୍ଷରେ ବୀଭତ୍ସ ହତ୍ୟା: ପିଅନ ଟାଙ୍ଗିଆ ଚୋଟରେ ଶିକ୍ଷକ ମୃତ, ଅଭିଯୁକ୍ତର ଆତ୍ମସମର୍ପଣ
ସୂଚନା ଥାଉକି, ନୂଆବର୍ଷ ଦିନ ସକାଳେ ଶିଶୁ ମନ୍ଦିର ସ୍କୁଲ୍ରେ ଗଣିତ ଶିକ୍ଷକ ନିରାକାର ସେଠୀ ବିଦ୍ୟାଳୟକୁ ଯାଇଥିବା ବେଳେ ବିଦ୍ୟାଳୟ ଗେଟ୍ ଖୋଲାଥିବା ଦେଖି ସାମାନ୍ୟ ଅସନ୍ତୋଷ ପ୍ରକାଶ କରିଥିଲେ । ସେହି ସମୟରେ ପିଅନ ନରେଶ କ୍ଷତ୍ରିୟ ବସି ଖାଉଥିଲେ । ନିରାକର ଅସନ୍ତୋଷ ବ୍ୟକ୍ତ କରିବା କ୍ଷଣି ପାଖରେ ଥିବା ଏକ ଟାଙ୍ଗିଆରେ ମୁଣ୍ଡ ଓ ବେକକୁ ଚୋଟ ପକାଇଥିଲା ନରେଶ । ନିରାକାର ସ୍କୁଲ୍କୁ ଆସି ନରେଶ କ୍ଷତ୍ରିୟକୁ କହିଥିଲେ, "କାହିଁକି ଗେଟ୍ ଖୋଲା ରଖିଛ । ଗଛ ଗୁଡ଼ିକୁ ଗାଈ ଖାଇଯିବ ।"
ଏହାପରେ ନରେଶ ଉତକ୍ଷୀପ୍ତ ହୋଇ, "ମୋତେ କଣ ଖାଇବାକୁ ଦେବ ନାହିଁ" କହି ଟାଙ୍ଗିଆରେ ଆକ୍ରମଣ କରି ଚାଲିଥିଲା । ନିରାକାରଙ୍କ ଚିତ୍କାର ଶୁଣି ନିକଟରେ ଥିବା କିଛି ବ୍ୟକ୍ତି ଅନ୍ୟ ଶିକ୍ଷକଙ୍କୁ ଫୋନ୍ କରି ଡାକିଥିଲେ । ଖବରପାଇ ଅନ୍ୟ ଶିକ୍ଷକମାନେ ସେଠାରେ ପହଞ୍ଚି ନିରାକାରଙ୍କୁ ତୁରନ୍ତ ମାଲକାନଗିରି ଜିଲ୍ଲା ହସ୍ପିଟାଲକୁ ନେଇଯାଇଥିଲେ । ହେଲେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହିଁ ନିରାକାରଙ୍କ ମୃତ୍ୟୁ ଘଟିଥିଲା ।ଏହି ଘଟଣା ପରେ ପିଅନ ନରେଶ ନିଜେ ଥାନାରେ ପହଞ୍ଚି ଆତ୍ମ ସମର୍ପଣ କରିଛି । ନିରାକର ଗୁରୁଜୀ ସବୁବେଳେ ଗାଳି ଦେଉଥିବାରୁ ତାଙ୍କୁ ଟାଙ୍ଗିଆରେ ହାଣି ଦେଇଥିବା କଥା କହିଛି ନରେଶ ।
ଇଟିଭି ଭାରତ, ମାଲକାନଗିରି