ETV Bharat / state

ମାଥିଲି ଅବକାରୀ ଥାନା ହାଜତରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ - ଅବକାରୀ ରେଞ୍ଜ ଅଫିସ ହାଜତରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ମାଲକାନଗିରି ଜିଲ୍ଲା ମାଥିଲି ଅବକାରୀ ଥାନା ହାଜତରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଅଧିକ ପଢ଼ନ୍ତୁ

Suspicious death of woman in Mathil Excise range office
ମାଥିଲି ଅବକାରୀ ରେଞ୍ଜ ଅଫିସ ହାଜତରେ ମହିଳାଙ୍କ ମୃତ୍ୟୁ
author img

By

Published : Jul 9, 2023, 7:11 AM IST

ମାଥିଲି ଅବକାରୀ ରେଞ୍ଜ ଅଫିସ ହାଜତରେ ମହିଳାଙ୍କ ମୃତ୍ୟୁ

ମାଲକାନଗିରି: ମାଥିଲି ଅବକାରୀ ରେଞ୍ଜ ଅଫିସ ହାଜତରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଗତ ଶୁକ୍ରବାର ତାଙ୍କ ନିକଟରୁ ୧୦ କିଲୋ ଗଞ୍ଜେଇ ଜବତ ହେବା ପରେ ପଚରାଉଚରା ପାଇଁ ମହିଳାଙ୍କୁ ମାଥିଲି ରେଞ୍ଜ ଅଫିସକୁ ଅଣାଯାଇଥିଲା । ପରଦିନ ସକାଳେ ହାଜତ ପରିସରରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଚିକିତ୍ସା ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ରେଞ୍ଜ ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଅପରାହ୍ନ ୫ଟା ସମୟରେ ଖଇରପୁଟ ବ୍ଲକ ଅନ୍ତର୍ଗତ କମଳାପଦର ଘାଟି ନିକଟରେ ଜଣେ ମହିଳା ଛିଡା ହୋଇଥିବା ବେଳେ ଅବକାରୀ କର୍ମଚାରୀମାନେ ତାଙ୍କ ଉପରେ ସନ୍ଦେହ କରି ପଚରାଉଚରା କରିଥିଲେ । ଏହି ସମୟରେ ମହିଳାଙ୍କ ନିକଟରୁ ୧୦ କିଲୋ ଗଞ୍ଜେଇ ଜବତ ହୋଇଥିଲା । ଅଧିକ ତଦନ୍ତ ଓ ପଚରାଉଚରା ପାଇଁ ମହିଳାଙ୍କୁ ମାଥିଲି ରେଞ୍ଜ ଅଫିସକୁ ଅଣାଯାଇଥିଲା । ପଚରାଉଚରାରୁ ଜଣାପଡିଥିଲା ମହିଳା ଜଣଙ୍କ ଚିତ୍ରକୁଣ୍ଡା ଅଞ୍ଚଳରୁ ଗଞ୍ଜେଇ ଆଣି ଜୟପୁର ପେଟ୍ରୋଲ ପମ୍ପ ନିକଟକୁ ନେଉଥିଲେ । ସେଠାରୁ ମହିଳାଙ୍କ ଠାରୁ ଅନ୍ୟ କେହି ଦୁଇ ଜଣ ଗଞ୍ଜେଇ ନେଇ ଯାଇଥାନ୍ତେ ।

ଏନେଇ ରେଞ୍ଜ ଅବକାରୀ ଅଧିକାରୀ କହିଛନ୍ତି, "ଶୁକ୍ରବାର ମହିଳାଙ୍କୁ ଗିରଫ କରିବା ପରେ କୋର୍ଟ ଚାଲାଣ କରାଯାଇଥାନ୍ତା । କିନ୍ତୁ ପଚରାଉଚରା କରିବା ସମୟରେ ବହୁତ ରାତି ହୋଇଯିବା କାରଣରୁ କୋର୍ଟ ଚାଲାଣ କରାଯାଇ ନଥିଲା । ତେଣୁ ଉକ୍ତ ମହିଳାଙ୍କୁ ଜଣେ ମହିଳା କର୍ମଚାରୀଙ୍କ ହେପାଜତରେ ହାଜତରେ ରଖାଯାଇଥିଲା । ମହିଳା ଜଣଙ୍କ ରାତିରେ ଠିକ ଥିଲେ । ହେଲେ ସକାଳେ ହାଜତ ଭିତରେ ନିଜ ଜୀବନ ହାରିବା ପାଇଁ ଉଦ୍ୟମ କରିଥିଲେ ।"

ଏହା ମଧ୍ୟ ପଢ଼ନ୍ତୁ: ବିଚାରଧିନ କଏଦୀ ମୃତ୍ୟୁ, ପ୍ରତିଶ୍ରୁତି ପରେ ଉଠିଲା ମୃତଦେହ

ଅବକାରୀ କର୍ମଚାରୀମାନେ ଏହା ଦେଖି ମହିଳାଙ୍କୁ ଉଦ୍ଧାର କରି ମାଥିଲି ଉପଖଣ୍ଡ ଚିକିତ୍ସାଳୟକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ଚିକିତ୍ସା କରୁଥିବା ସମୟରେ ମହିଳାଙ୍କ ମୃତ୍ୟୁ ହୋଇଥିବା କହିଛନ୍ତି ମାଥିଲି ରେଞ୍ଜ ଅବକାରୀ ଅଧିକାରୀ ରବିନ୍ଦ୍ରନାଥ ପ୍ରଧାନ । ପରେ ଘଟଣାସ୍ଥଳରେ ମାଥିଲି ଥାନା ପୋଲିସ ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ମହିଳାଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି । ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିବ । ମହିଳାଙ୍କ ପୁରା ନାମ ଜଣାପଡି ନଥିବା ବେଳେ ଡକା ନାମ ପ୍ରୀତି ବୋଲି ଜଣାପଡିଛି । ଘର କାଲିମେଳା ବ୍ଳକ ଏମ୍ ଭି ୬୬ ଗ୍ରାମ ହୋଇଥିବା ଅବକାରୀ ଅଧିକାରୀ ରବିନ୍ଦ୍ରନାଥ ପ୍ରଧାନ ସୂଚନା ଦେଇଛନ୍ତି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.