ETV Bharat / state

ମାଲକାନଗିରି ସହରମୁହାଁ ଅଜଗର, ପୁଣି ଏକ 8 ଫୁଟିଆ ସାପ ଉଦ୍ଧାର

ମାଲକାନଗିରି ସଦର ମହକୁମା ଲାଠିଆଗୁଡାରୁ ଏକ 8 ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି ।

snake rescue from malkangiri
8 ଫୁଟିଆ ଅଜଗର ଉଦ୍ଧାର
author img

By

Published : Aug 14, 2020, 4:43 PM IST

ମାଲକାନଗିରି: 8 ଫୁଟିଆ ଅଜଗର ସାପ ଉଦ୍ଧାର । ମାଲକାନଗିରି ସଦର ମହକୁମା ଲାଠିଆଗୁଡାରୁ ଏକ 8 ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି ।

ସୂଚନା ଅନୁଯାୟୀ, ଗୁରୁବାର ରାତିରେ ଏକ ଅଜଗର ଖାଦ୍ୟ ସଂଗ୍ରହ କରିବାକୁ ଆସି ଲାଠିଆଗୁଡାରେ ରହୁଥିବା ରମାମଣୀ ମାଝୀଙ୍କ ଘରେ ପଶିଥିଲା। ରମାମଣି ନିଜ ପୋଷା କୁକୁରକୁ ଖାଇବାକୁ ଦେବା ବେଳେ ସେ ଅଜଗରଟିକୁ ଦେଖିଥିଲେ।

ସାପଟିକୁ ଦେଖି ସ୍ଥାନୀୟ ଲୋକ ସ୍ନେକ ହେଲ୍ପ ଲାଇନ ସଦସ୍ୟଙ୍କୁ ଖବର ଦେଇଥିଲେ । ଖବର ପାଇ ସ୍ନେକ ହେଲ୍ପ ଲାଇନର ସଦସ୍ୟ ସତ୍ୟଜିତ ଗୌଡ଼ ଓ ସ୍ନେହାସିସ ନାୟକ ଆସି ସାପଟିକୁ ଉଦ୍ଧାର କରିଥିଲେ ।

8 ଫୁଟିଆ ଅଜଗର ଉଦ୍ଧାର

ସାପଟି 8 ଫୁଟ ଲମ୍ବର ଥିବାବେଳେ ସ୍ନେକହେଲ୍ପ ସଦସ୍ୟମାନେ ସୁରକ୍ଷିତ ଭାବେ ସାପଟିକୁ ନିକଟସ୍ଥ ଜଙ୍ଗଲରେ ଛାଡି ଦେଇଛନ୍ତି । ଏପଟେ ଗତ ମାସକ ମଧ୍ୟରେ ୮ଟି ଅଜଗର ସାପ ମାଲକାନଗିରି ସଦର ମହକୁମାରୁ ଉଦ୍ଧାର ହୋଇଥିବା ଜଣାପଡିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.