ମାଲକାନଗିରି: ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ବିଜେଡି ପ୍ରାର୍ଥିନୀ ସମାରି ତାଙ୍ଗୁଲ ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଛନ୍ତି । ସମାରି ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଜୋନ ୨ର ଜିଲ୍ଲା ପରିଷଦ ବିଜେଡି଼ ପ୍ରାର୍ଥିନୀ ଭାବରେ ବିଜୟ ହୋଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଥର ଲାଗି ସ୍ବାଭିମାନ ଅଞ୍ଚଳକୁ ଜିଲ୍ଲା ପରିଷଦ ପ୍ରାର୍ଥୀ ଦେଇଛନ୍ତି ।
ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ମାଲକାନଗିରି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ ପାଇଁ ପ୍ରାର୍ଥୀ ଦେଇ ମାଲକାନଗିରି ଜିଲ୍ଲା ବିକାଶ ତଥା ମୁଖ୍ୟତଃ ସ୍ବାଭିମାନ ଅଞ୍ଚଳ ବିକାଶର ଆଉ ଏକ ଫର୍ଦ୍ଦ ଯୋଡି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ସେଥିପାଇଁ ଚିତ୍ରକୋଣ୍ଡା ତଥା ସ୍ବାଭିମାନ ଅଞ୍ଚଳବାସୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଂଗଠକ ପ୍ରଣବ ପ୍ରକାଶ ଦାସଙ୍କୁ ସମାରି କୃତଜ୍ଞତା ଜଣାଇଛନ୍ତି ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ