ETV Bharat / state

ବର୍ଷାରେ ଧୋଇଗଲା ରାସ୍ତା, ବିପଦସଙ୍କୁଳ ଅବସ୍ଥାରେ ରୋଗୀ ଉଦ୍ଧାର

ଜଳମଗ୍ନ ମାଲକାନଗିରି । ଖଇରପୁଟ ଅଞ୍ଚଳର ମାଝିଗୁଡା ଓ କେନ୍ଦୁଗୁଡା ରାସ୍ତା ବନ୍ୟାପାଣିରେ ଧୋଇଗଲାଣି । ବିପଦସଙ୍କୁଳ ଅବସ୍ଥାରେ ଉଦ୍ଧାରକାରୀ ଦଳ ରୋଗୀଙ୍କୁ ସ୍ଥାନାନ୍ତରଣ କରିଛନ୍ତି ।

ଫଟୋ ସୌଜନ୍ୟ-ସମ୍ବାଦଦାତା, ମାଲକାନଗିରି
author img

By

Published : Aug 7, 2019, 8:17 PM IST

ମାଲକାନଗିରି: ଲଗାଣ ବର୍ଷାରେ ଜଳମଗ୍ନ ମାଲକାନଗିରି । ସ୍ଥିତି ଏପରି ଯେ, ଖଇରପୁଟ ଅଞ୍ଚଳର ମାଝିଗୁଡା ଓ କେନ୍ଦୁଗୁଡା ରାସ୍ତା ବନ୍ୟାରେ ଧୋଇ ଯାଇଛି । ଏପଟେ ଏଠାକାର ଗାଁ ଗୁଡିକରେ ଥିବା ବହୁ ରୋଗୀ ଚିକିତ୍ସା ପାଇଁ ଖଇରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଯିବାକୁ ରାସ୍ତାର ଅପରପାର୍ଶ୍ବରେ ଚେଷ୍ଟା କରୁଛନ୍ତି । ଏ ନେଇ ଖବର ମିଳିବା ପରେ ସଙ୍ଗେ ସଙ୍ଗେ SDPO , ଚିତ୍ରକୋଣ୍ଡା OIC, ମୁଦିଲିପଡା ନେତୃତ୍ବରେ ପୋଲିସ ଟିମ ଓ ଅଗ୍ନିଶମ ବାହିନୀ ମିଳିତ ସହାୟତାରେ ସ୍ଥାନାନ୍ତରଣ କାର୍ଯ୍ୟ ଜାରି ରହିଛି ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ମାଲକାନଗିରି

ଏପଟେ ଖଇରପୁଟ ବିଡିଓ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ରୋଗୀଙ୍କୁ ଚିକିତ୍ସାଳୟରେ ପହଞ୍ଚାଇବାକୁ ପ୍ରୟାସ କରିଥିଲେ । ପ୍ରଖର ଗତିରେ ଜଳ ପ୍ରବାହ କାରଣରୁ ଅପରେସନ ଅଧିକ ବିପଦପୂର୍ଣ୍ଣ ରହିଥିଲା । ତେବେ ସମସ୍ତ ଉଦ୍ଧାରକାରୀ ଦଳର ସହାୟତା ଫଳରେ 2 ଗର୍ଭବତୀ ମହିଳା, 2 ଶିଶୁ ଏବଂ ଜଣେ ବୃଦ୍ଧଙ୍କୁ ଚିକିତ୍ସାଳୟରେ ପହଞ୍ଚାଯାଇଛି । ଏନେଇ ପ୍ରଶାସନ ଉଦ୍ଧାରକାରୀ ଦଳକୁ ଧନ୍ୟବାଦ ଜଣାଇଛନ୍ତି ।

ମାଲକାନଗିରିରୁ ଜୟନ୍ତ ତିଆଡି ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.