ETV Bharat / state

ମାଲକାନଗିରିରେ ଜନନୀ ଯନ୍ତ୍ରଣା, 6 କିମି ଭାରରେ ବୁହାହେଲେ ଗର୍ଭବତୀ - road problem in malkangiri

ମାଲକାନଗିରି ଜିଲ୍ଲାର ଖଇରଫୁଟରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ବାମୀ ଗ୍ରାମବାସୀଙ୍କ ସହାୟତାରେ ନାଳ ପାର କରିବା ସହ ଭାର କରି ୬ କିଲୋମିଟର ପର୍ଯ୍ୟନ୍ତ ବୋହି ମୁଖ୍ୟ ରାସ୍ତାକୁ ଆଣିଥିବା ଜଣାପଡିଛି ।

ମାଲକାନଗିରିରେ ଜନନୀ ଯନ୍ତ୍ରଣା
ମାଲକାନଗିରିରେ ଜନନୀ ଯନ୍ତ୍ରଣା
author img

By

Published : Jul 28, 2023, 7:33 AM IST

ମାଲକାନଗିରି: ପୁଣି ସାମନାକୁ ଆସିଛି ଜନନୀ ଯନ୍ତ୍ରଣାର କରୁଣ ଚିତ୍ର । ମାଲକାନଗିରି ଜିଲ୍ଲାର ଖଇରଫୁଟରେ ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି । ସୂଚନା ମୁତାବକ, ପରକନମାଲା ପଞ୍ଚାୟତର ଡଙ୍ଗାକୁଣ୍ଢ ଗାଁର ନିଳା ଖରା ନାମକ ଜଣେ ଗର୍ଭବତୀଙ୍କ ପ୍ରସବ ବେଦନା ହୋଇଥିଲା । ହେଲେ ଗାଁକୁ ଆମ୍ବୁଲାନ୍ସ ଆସିପାରିନଥିଲା । ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ମୁଖ୍ୟ ରାସ୍ତା ନିକଟରେ ଅଟକି ରହିଥିଲା । ଫଳରେ ମହିଳାଙ୍କ ସ୍ବାମୀ ତାଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ୬ କିଲୋମିଟର ପର୍ଯ୍ୟନ୍ତ ଭାରରେ ବୋହି ନେଇଥିଲେ।

ତେବେ ପ୍ରସୂତିଙ୍କୁ ୬ କିଲୋମିଟର ଭାରରେ ନିଆଯାଇ କୁଡୁମୁଲୁଗୁମା ଚିକିତ୍ସାଳୟରେ ପହଞ୍ଚାଯାଇଥିଲା । ସୂଚନା ମୁତାବକ, ଡଙ୍ଗାକୁଣ୍ଡ ଗ୍ରାମର ରାସ୍ତା ବର୍ଷା ଯୋଗୁ ଧୋଇ ହୋଇ ଯିବା ସହ ନାଳ ଗୁଡିକରେ ପାଣି ଭର୍ତ୍ତି ହୋଇ ରହିଛି । ଏଭଳି ସ୍ଥିତିରେ ଗମନାଗମନ ବାଧାପ୍ରାପ୍ତ ହୋଇଥିବାବେଳେ ସ୍ବାସ୍ଥ୍ୟସେବା ମଧ୍ୟ ଅପହଞ୍ଚ ହୋଇପଡିଛି । ରାସ୍ତା ଖରାପ ଥିବା କାରଣରୁ ଗାଁକୁ ଆମ୍ବୁଲାନ୍ସ ଆସି ପାରିନଥିଲା । ଫଳରେ ପ୍ରସୂତିଙ୍କୁ ଭାରରେ ବୋହି ବୋହି ୬ କିଲୋମିଟର ପର୍ଯ୍ୟନ୍ତ ନିଆଯିବା ଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ।

ପ୍ରବଳ ବର୍ଷା ଯୋଗୁ ଗୋଟିଏ ପଟେ ରାସ୍ତା ଧୋଇ ହୋଇଯାଇଥିବାବେଳେ ଅନ୍ୟପଟେ ପାଣି ଭର୍ତ୍ତି ହୋଇ ରହିଛି। ଏଭଳି ସ୍ଥିତିରେ ଗର୍ଭବତୀ ମହିଳାଙ୍କୁ ତାଙ୍କ ସ୍ବାମୀ ଗ୍ରାମବାସୀଙ୍କ ସହାୟତାରେ ନାଳ ପାର କରିବା ସହ ଭାର କରି ୬ କିଲୋମିଟର ପର୍ଯ୍ୟନ୍ତ ବୋହି ମୁଖ୍ୟ ରାସ୍ତାକୁ ଆଣିଥିବା ଜଣାପଡିଛି । ତେବେ ସେଠାରୁ ଆମ୍ବୁଲାନ୍ସ ଯୋଗେ କୁଡୁମୁଲୁଗୁମା ଚିକିତ୍ସାଳୟକୁ ନେଇ ମହିଳାଙ୍କୁ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ...ଝାଞ୍ଜିର ଜନନୀ ଯନ୍ତ୍ରଣା: 14 କିମି ଭାରରେ ବୁହା ହେଲେ ଗର୍ଭବତୀ

ତେବେ ବର୍ତ୍ତମାନ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି । ହେଲେ ସରକାର ଜନନୀ ସୁରକ୍ଷା ପାଇଁ ବିଭିନ୍ନ ଯୋଜନାମାନ କରୁଥିଲେ ମଧ୍ୟ ରାସ୍ତା ଘାଟ ଠିକ୍ ନଥିବାରୁ ଏଭଳି ବହୁ ଜନନୀ ଯନ୍ତ୍ରଣାରେ ଛଟପଟ ହଉଥିବା ଦେଖିବାକୁ ମିଳିଛି । ମାଲକାନଗିରି ଜିଲ୍ଲାର ଅନେକ ସ୍ଥାନରୁ ଜଜନୀ ଯନ୍ତ୍ରଣାର ଖବର ଆସୁଛି । ରାସ୍ତା ନଥିବାରୁ ପୂର୍ବରୁ ଏଭଳି ଜନନୀ ଯନ୍ତ୍ରଣାରେ ଛଟପଟ ହୋଇ ଭାରରେ ବୁହାହୋଇ ଚିକିତ୍ସାଳୟକୁ ଅଣାଯାଉଥିବାର ନଜିର ରହିଛି ।

ତେବେ ରାସ୍ତା ଖରାପ ଥିବାରୁ ଅନେକ ସମୟରେ ଏଭଳି ଘଟଣା ଘଟୁଥିବା ନଜିର ରହିଛି । ଖାଲି ଗର୍ଭବତୀ ନୁହେଁ ଅନ୍ୟ ରୋଗୀମାନେ ମଧ୍ୟ ରାସ୍ତା ଖରାପ ଯୋଗୁ ସଠିକ ସମୟରେ ହସ୍ପିଟାଲରେ ପହଞ୍ଚି ପାରୁ ନାହାନ୍ତି । ଦୁର୍ଗମ ଅଞ୍ଚଳରେ ଅନେକ ସମୟରେ ଏଭଳି ଘଟଣା ଘଟୁଥିଲେ ବି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନଦେବା ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.