ETV Bharat / state

ସ୍ବାଭିମାନ ଅଞ୍ଚଳରେ ପୁଣି ପ୍ରଜାମେଳି - ସ୍ବାଭିମାନ ଅଞ୍ଚଳରେ ଉତ୍ତେଜନା

PRAJAMELI
ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଉତ୍ତେଜନା, ପୁଣି ପ୍ରଜାମେଳି
author img

By

Published : Jan 31, 2020, 10:52 AM IST

Updated : Jan 31, 2020, 12:24 PM IST

10:38 January 31

ସ୍ବାଭିମାନ ଅଞ୍ଚଳରେ ପୁଣି ପ୍ରଜାମେଳି

ସ୍ବାଭିମାନ ଅଞ୍ଚଳରେ ପୁଣି ପ୍ରଜାମେଳି

ମାଲକାନଗିରି: ଜନ୍ତୁରାଇ ଗାଁରେ ନକ୍ସଲ ଓ ଆଦିବାସିଙ୍କ ମଧ୍ୟରେ ସଂଘର୍ଷ ପରେ ଦୁଇ ଭାଗ ହୋଇଛନ୍ତି ବିଚ୍ଛିନ୍ନାଞ୍ଚଳର ଆଦିବାସି । ଗୋଟିଏ ଗୋଷ୍ଠି ପ୍ରଶାସନ ବିରୁଦ୍ଧରେ ପଣଷପୁଟ ପଞ୍ଚାୟତରେ ପ୍ରଜାମେଳି କରିଥିବା ବେଳେ ଆଉ ଗୋଟିଏ ଗୋଷ୍ଠି ଜୋଡାମ୍ବ ପଞ୍ଚାୟତରେ ସରକାରଙ୍କ ସପକ୍ଷରେ ପ୍ରଜାମେଳି କରିଛନ୍ତି । 

ଗତ ୨୫ ତାରିଖ ରାତିରେ ଜନ୍ତୁରାଇ ଗାଁର ମହିଳା ମାନେ ଦୁଇ ଜଣେ ନକ୍ସଲ ପନ୍ଥିଙ୍କୁ କାବୁ କରି ନେଇଥିବା ବେଳେ ଜଣଙ୍କୁ ପିଟି ପିଟି ମାରିଦେଇଥିଲେ। ଏହାର ଦିନକ ପରେ ଅର୍ଥାକ ୨୬ ତାରିଖ ଦିନ ନକ୍ସଲ ପନ୍ଥିଙ୍କ କଥାରେ ପଣଷପୁଟ ଓ ଅଣ୍ଡ୍ରାପାଲ୍ଲି ପଞ୍ଚାୟତର ଶତାଧିକ ଲୋକେ ଜୋଡାମ୍ବ ପଞ୍ଚାୟତରେ ବ୍ୟାପକ ପୋଡା ଜଳା କରିଥିଲେ।

ଏହି ରାଗରେ ଜୋଡାମ୍ବ ଲୋକେ ପଣଷପୁଟ ଓ ଅଣ୍ଡ୍ରାପାଲ୍ଲି ପଞ୍ଚାୟତକୁ ବିଦ୍ୟୁତ ସଂଯୋଗକୁ କାଟି ଦେଇଥିଲେ । ଗତ କିଛି ଦିନ ଧରି ସ୍ବାଭିମାନ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିବା ବେଳେ ଗତକାଲି ଆଦିବାସି ଲୋକ ପ୍ରଜାମେଳି କରି ନିଜ ନିଜ ଭିତରେ ସମାଧାନର ରାସ୍ତା ଖୋଜିଛନ୍ତି। 

ତେବେ ଜୋଡାମ୍ବ ପଞ୍ଚାୟତ ଲୋକେ ଏବେ ପଣଷପୁଟ, ଯନ୍ତ୍ରୀ ଓ ଅଣ୍ଡ୍ରାପାଲି ଲୋକଙ୍କୁ ବିରୋଧ କରୁଥିବା ବେଳେ ଜରୁରୀକାଳିନ ସେବା ଲାଗି ନିର୍ମାଣଧିନ ରାସ୍ତାରେ ଯିବାକୁ ମଧ୍ୟ ଦେଉନାହାନ୍ତି। ତେଣୁ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଏହାର ସମାଧାନ କରିବା ଲାଗି ଚିତ୍ରକୋଣ୍ଡା ବିଡିଓଙ୍କୁ ଏକ ଦାବିପତ୍ର ଦେଇଛନ୍ତି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ
 
Intro:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ପୁଣି ପ୍ରଜା ମେଳି ।Body:ଜନ୍ତୁରାଇ ଗାଁରେ ନକ୍ସଲ ଓ ଆଦିବାସିଙ୍କ ମଧ୍ୟରେ ସଂଘର୍ଷ ପରେ ଦୁଇ ଭାଗ ହୋଇଛନ୍ତି ବିଚ୍ଛିନ୍ନାଞ୍ଚଳର ଆଦିବାସି । ଗୋଟିଏ ଗୋଷ୍ଠି ପ୍ରଶାସନ ବିରୁଦ୍ଧରେ ପଣଷପୁଟ ପଞ୍ଚାୟତରେ ପ୍ରଜାମେଳି କରିଥିବା ବେଳେ ଆଉ ଗୋଟିଏ ଗୋଷ୍ଠି ଜୋଡାମ୍ବ ପଞ୍ଚାୟତରେ ସରକାରଙ୍କ ସପକ୍ଷରେ ପ୍ରଜାମେଳି କରିଛନ୍ତି । ଗତ ୨୫ ତାରିଖ ରାତିରେ ଜନ୍ତୁରାଇ ଗାଁର ମହିଳା ମାନେ ଦୁଇ ଜଣେ ନକ୍ସଲ ପନ୍ଥିଙ୍କୁ କାବୁ କରି ନେଇଥିବା ବେଳେ ଜଣଙ୍କୁ ପିଟି ପିଟି ମାରିଦେଇଥିଲେ । ଏହାର ଦିନକ ପରେ ଅର୍ଥାକ ୨୬ ତାରିଖ ଦିନ ନକ୍ସଲ ପନ୍ଥିଙ୍କ କଥାରେ ପଣଷପୁଟ ଓ ଅଣ୍ଡ୍ରାପାଲ୍ଲି ପଞ୍ଚାୟତର ଶତାଧିକ ଲୋକେ ଜୋଡାମ୍ବ ପଞ୍ଚାୟତରେ ବ୍ୟାପକ ପୋଡା ଜଳା କରିଥିଲେ । ଏହି ରାଗରେ ଜୋଡାମ୍ବ ଲୋକେ ପଣଷପୁଟ ଓ ଅଣ୍ଡ୍ରାପାଲ୍ଲି ପଞ୍ଚାୟତକୁ ବିଦ୍ୟୁତ ସଂଜୋଗକୁ କାଟି ଦେଇଥିଲେ । ଗତ କିଛି ଦିନ ଧରି ସ୍ବାଭିମାନ ଅଞ୍ଚଳରେ ଉତ୍ତେଜନା ଲାଗିରହିଥିବା ବେଳେ ଗତକାଲି ଆଦିବାସି ଲୋକ ପ୍ରଜାମେଳି କରି ନିଜ ନିଜ ଭିତରେ ସମାଧାନର ରାସ୍ତା ଖୋଜିଛନ୍ତି । ତେବେ ଜୋଡାମ୍ବ ପଞ୍ଚାୟତ ଲୋକେ ଏବେ ପଣଷପୁଟ, ଯନ୍ତ୍ରୀ ଓ ଅଣ୍ଡ୍ରାପାଲି ଲୋକଙ୍କୁ ବିରୋଧ କରୁଥିବା ବେଳେ ଜରୁରି କାଳିନ ସେବା ଲାଗି ନିର୍ମାଣଧିନ ରାସ୍ତାରେ ଯିବାକୁ ମଧ୍ୟ ଦେଉ ନାହାନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ତୁରନ୍ତ ଏହାର ସମାଧାନ କରିବା ଲାଗି ଚିତ୍ରକୋଣ୍ଡା ବିଡିଓଙ୍କୁ ଏକ ଦାବିପତ୍ର ଦେଇଛନ୍ତି ।

Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.........
Last Updated : Jan 31, 2020, 12:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.