ETV Bharat / state

ମାଲକାନଗିରିରେ ପୁଣି ପ୍ରଜାମେଳି, ଆନ୍ଧ୍ରରେ ମିଶିବାକୁ ଧମକ - prajameli in malakangiri

ପ୍ରଜାମେଳିରେ ପ୍ରଶାସନକୁ ଧମକ । ଆନ୍ଧ୍ରରେ ମିଶିବାକୁ ଧମକ ଦେଉଛନ୍ତି ବିଛିନ୍ନାଞ୍ଚଳବାସୀ । ମୌଳିକ ସୁବିଧାରୁ ବଞ୍ଚିତ ଥିବା ଦର୍ଶାଇ ଏଭଳି ଚରମ ନିଷ୍ପତ୍ତି ନେବାକୁ ଆଗେଇ ଆସିଛନ୍ତି ପଣଷପୁଟ, ଯନ୍ତ୍ରୀ, ଯୋଡାଆମ୍ବ, ଅଣ୍ଡ୍ରାପାଲ୍ଲି, ଗାଜମମାମୁଡି, ଅରାପଦର ଭଳି ପଞ୍ଚାୟତର ହଜାର ହଜାର ଆଦିବାସୀ । ପ୍ରଜାମେଳି କରି ଓଡିଶା ଛାଡି ଆନ୍ଧ୍ରରେ ମିଶିବାକୁ ଦେଉଛନ୍ତି ଧମକ ।

ଡିଜାଇନ ଫଟୋ
author img

By

Published : Sep 12, 2019, 11:33 PM IST

ମାଲକାନଗିରି: ପ୍ରଜାମେଳିରେ ପ୍ରଶାସନକୁ ଧମକ । ଆନ୍ଧ୍ରରେ ମିଶିବାକୁ ଧମକ ଦେଉଛନ୍ତି ବିଛିନ୍ନାଞ୍ଚଳବାସୀ । ମୌଳିକ ସୁବିଧାରୁ ବଞ୍ଚିତ ଥିବା ଦର୍ଶାଇ ଏଭଳି ଚରମ ନିଷ୍ପତ୍ତି ନେବାକୁ ଆଗେଇ ଆସିଛନ୍ତି ପଣଷପୁଟ, ଯନ୍ତ୍ରୀ, ଯୋଡାଆମ୍ବ, ଅଣ୍ଡ୍ରାପାଲ୍ଲି, ଗାଜମମାମୁଡି, ଅରାପଦର ଭଳି ପଞ୍ଚାୟତର ହଜାର ହଜାର ଆଦିବାସୀ । ପ୍ରଜାମେଳି କରି ଓଡିଶା ଛାଡି ଆନ୍ଧ୍ରରେ ମିଶିବାକୁ ଦେଉଛନ୍ତି ଧମକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ଗୁରୁପ୍ରିୟା ସେତୁ ନିର୍ମାଣ ହେବା ପରେ ବିକାଶ ପହଞ୍ଚିବ ବୋଲି ଆଶାତିତ ଥିଲେ ବିଚ୍ଛାନ୍ନାଞ୍ଚଳବାସୀ । କିନ୍ତୁ ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ସହ ଅଙ୍ଗନବାଡି ଓ ପାନୀୟଜଳ ଭଳି ମୌଳିକ ସମସ୍ୟା ପୂରଣ ହେଲାନି । ଯେଉଁ ବିଚ୍ଛିନ୍ନାଞ୍ଚଳକୁ ସେହି ବିଚ୍ଛିନ୍ନାଞ୍ଚଳ ହୋଇ ରହିଲେ । ବାରମ୍ବାର ଜିଲ୍ଲା ସ୍ଥାନୀୟ ପ୍ରଶାସନକୁ ନିଜ ସମସ୍ୟା ସମ୍ପର୍କରେ ଜଣାଇଲେ ବି ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଗଲାନି ।

ଗତ ଅଗଷ୍ଟ 27 ତାରିଖ ଦିନ ହଜାର ହଜାର ଆଦିବାସୀ ବାଧ୍ୟ ହୋଇ ଜିଲ୍ଲାପାଳଙ୍କ ନିକଟରେ ନିଜର ଦାବି ଜଣାଇବାକୁ ମୋଟର ଲଞ୍ଚ ଯୋଗେ ଚିତ୍ରକୋଣ୍ଡାରେ ପହଞ୍ଚିଥିଲେ ତେବେ ଗୋଟିଏ ଦିନର ଅପେକ୍ଷା ପରେ ଉପଜିଲ୍ଲାପାଳ ଚିତ୍ରକୋଣ୍ଡାରେ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ବିଚ୍ଛିନ୍ନାଞ୍ଚଳର ସମସ୍ୟା ସମାଧାନ କରାଯିବାର ପ୍ରତିଶ୍ରୁତି ଦେଇଥିଲେ । ହେଲେ ଇତିମଧ୍ୟରେ 15 ଦିନରୁ ଅଧିକ ସମୟ ବିତିଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ ବିଚ୍ଛିନ୍ନାଞ୍ଚଳକୁ ଗସ୍ତ କରିନାହାଁନ୍ତି । ତେଣୁ ସେମାନେ ପ୍ରଜାମେଳି କରି ଆନ୍ଧ୍ରପ୍ରଦେଶର ବିଶାଖା ଜିଲ୍ଲାରେ ମିଶିବାର ଧମକ ଦେଇଥିବା ଜଣାପଡିଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:Body:ସଦର ବ୍ଲକ ଶିକ୍ଷା ଅଧିକାରୀ କବିତା ଜେନା ତଦନ୍ତ କରି ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶାନ୍ତିପ୍ରତିମା ମହାପାତ୍ରଙ୍କୁ ନିଲମ୍ବନ କରିଥିବା ଜଣାପଡ଼ିଛି।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.