ମାଲକାନଗିରି: ଆଜି(ରବିବାର) ପୋଲିସ DG ଅଭୟ ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଗସ୍ତ କରିଛନ୍ତି । ସ୍ବାଭିମାନ ଅଞ୍ଚଳର ଘନବେଡା ଠାରେ ନୂତନ ଭାବେ କରାଯାଇଥିବା BSF କ୍ୟାମ୍ପ ବୁଲି ଦେଖିବା ସହ ପୋଲିସ ଏବଂ BSFର ଏକ ମିଳିତ ସମୀକ୍ଷା କରିଥିଲେ DGP ଅଭୟ ।
ଏହା ବି ପଢନ୍ତୁ- ଡିଜିପି ଅଭୟଙ୍କ ନିକଟରେ ମହିଳା ମାଓ କମାଣ୍ଡରଙ୍କ ଆତ୍ମସମର୍ପଣ
DGPଙ୍କ ସହ IG ଅପେରେସନ, ଗୁଇନ୍ଦା ADG , DIG BSF ଉପସ୍ଥିତ ଥିଲେ । ଗଣମାଧ୍ୟମ ପତିନିଧି ମାନଙ୍କ ପ୍ରଶ୍ନର ଉତ୍ତରରେ ସ୍ବାଭିମାନ ଅଞ୍ଚଳର ସମସ୍ତ ପ୍ରକାର ଉନ୍ନତି ନିମନ୍ତେ ପୋଲିସ୍ ଲୋକମାନଙ୍କ ସହିତ ରହିଛି ଏବଂ ସେ ମାଓବାଦୀଙ୍କୁ ଆତ୍ମସମର୍ପଣ କରି ମୁଖ୍ଯସ୍ରୋତରେ ସାମିଲ୍ ହେବା ପାଇଁ ଆହ୍ବାନ ଦେଇଛନ୍ତି ।
ମାଲକାନଗିରିରୁ ପଞ୍ଚାନନ ଦାଶ, ଇଟିଭି ଭାରତ