ETV Bharat / state

ମାଲକାନଗିରି ପୋଲିସକୁ ସଫଳତା, ଏନକାଉଣ୍ଟରରେ ମାଓବାଦୀ ନିହତ

author img

By

Published : Jan 31, 2021, 10:52 AM IST

Updated : Jan 31, 2021, 8:23 PM IST

ଏନକାଉଣ୍ଟରରେ ମାଓବାଦୀ ନିହତ
ଏନକାଉଣ୍ଟରରେ ମାଓବାଦୀ ନିହତ

10:47 January 31

ପୋଲିସ ଏନକାଉଣ୍ଟରରେ ମାଓବାଦୀ ନିହତ

ଏନକାଉଣ୍ଟରରେ ମାଓବାଦୀ ନିହତ

ମାଲକାନଗିରି: ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ । ମାଲକାନଗିରି ଜିଲ୍ଲା ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ଓ ମାଓବାଦୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି ।  

ସୂଚନା ଅନୁଯାୟୀ, ଶନିବାର  ବିଳମ୍ବିତ ରାତିରେ ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା ଅନ୍ତର୍ଗତ ମାଡ଼କାପଦର ଜଙ୍ଗଲରେ 15 ରୁ 20 ମାଓବାଦୀ ଏକ କ୍ୟାମ୍ପ କରି ପୋଲିସକୁ ଟାର୍ଗେଟ କରିବା ପାଇଁ ବଡ଼ ଯୋଜନା କରୁଥିବା ପୋଲିସ ଖବର ପାଇଥିଲା । ଅପରେଶନ ବେଳେ ମାଓବାଦୀ ପୋଲିସ ଆସୁଥିବା ସୂଚନା ପାଇ ପୋଲିସ ଉପରକୁ ଅତର୍କିତ ଗୁଳି ଚଳାଇଥିଲେ । ପୋଲିସ ମାଓବାଦୀ ମଧ୍ୟରେ ଦିର୍ଘ ସମୟ ଗୁଳିବିନିମୟ ଜାରି ରହିଥିଲା। ପୋଲିସର ଗୁଳିର ସାମ୍ନା କରି ନପାରି ଛାତ୍ରଭଙ୍ଗ ଦେଇଥିଲେ  ମାଓବାଦୀ। ମାତ୍ର ଗୁଳିବିନିମୟରେ ଜଣେ ମାଓବାଦୀ ନିହତ ହୋଇଥିଲା।  

ଆନ୍ଧ୍ର ଓଡିଶା ବୋର୍ଡର ଜୋନାଲ କମିଟି ମାଓ ସଙ୍ଗଠନର ସଦସ୍ୟ ଥିଲା ମୃତ ମାଓବାଦୀ। ଘଟଣା ସ୍ଥଳରୁ ମାଓବାଦୀର ମୃତଦେହ ଉଦ୍ଧାର କରିବା ସହ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ପିସ୍ତଲ, ଗୋଟିଏ ୱାକିଟୋକି,10ଟି ଜୀବନ୍ତ ଗୁଳି ଏବଂ ମାଓ ବ୍ୟବହୃତ ସାମଗ୍ରୀ ଜବତ କରିଛି ପୋଲିସ।  

ଗତ କିଛିଦିନ ତଳେ ସ୍ବଭିମାନ ଅଞ୍ଚଳରେ ଏକ ଟପ କ୍ୟାଡର ମାଓବାଦୀ ମୃତ୍ୟୁ ପରେ ମାଓ ସଙ୍ଗଠନ ଏକ ପ୍ରକାର ଦୁର୍ବଳ ହୋଇପଡିଥିବା ଦେଖିବାକୁ ମିଳିଛି  । ଏବେ ପୁଣି ମାଓ ସଙ୍ଗଠନର ଆଉ ଏକ ମୁଣ୍ଡ ଗଡ଼ିବା ପରେ ନିହାତି ଭାବରେ ବଡ଼ ଝଟକା ଲାଗିଛି ମାଓ ସଙ୍ଗଠନକୁ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Jan 31, 2021, 8:23 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.