ETV Bharat / state

ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର, 3 ହାର୍ଡକୋର ମାଓବାଦୀ ମୃତ

author img

By

Published : Jun 1, 2021, 6:14 PM IST

ମାଲକାନଗିରି ସୀମାନ୍ତ ଛତିଶଗଡର କୋଣ୍ଡାଗାଓଁ ଜିଲ୍ଲାରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିକାଣ୍ଡ । ଘଟଣାରେ 3 ହାର୍ଡକୋର ମାଓବାଦୀ ମୃତ । ଅଧିକ ପଢନ୍ତୁ...

ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର, 3 ହାର୍ଡକୋର ମାଓବାଦୀ ମୃତ
ମାଲକାନଗିରି ସୀମାନ୍ତରେ ଏନକାଉଣ୍ଟର, 3 ହାର୍ଡକୋର ମାଓବାଦୀ ମୃତ

ମାଲକାନଗିରି: ଜିଲ୍ଲା ସୀମାନ୍ତ ଛତିଶଗଡର କୋଣ୍ଡାଗାଓଁ ଜିଲ୍ଲା ପୋଲିସକୁ ସଫଳତା । ପୋଲିସ ଓ ମାଓବାଦୀ ମଧ୍ୟରେ ଏକ ଘଣ୍ଟାରୁ ଅଧିକ ସମୟ ଗୁଳିବିନିମୟ ପରେ ପୋଲିସର ଏନକାଉଣ୍ଟରରେ ଦୁଇ ମାଓବାଦୀ ମୃତ ।

ସୂଚନାମୁତାବକ, ଆଜି(ମଙ୍ଗଳବାର) ମଧ୍ୟାହ୍ନରେ କୁଏମାରି ଜଙ୍ଗଲରେ DRG ଯବାନ ଏକ ବଡ଼ ଧରଣର ମାଓ କ୍ୟାମ୍ପ ରହିଥିବା ସୂଚନା ପାଇ ଚଢ଼ାଉ କରିଥିଲେ । ଜଙ୍ଗଲ ମଧ୍ୟରେ ପୋଲିସ ଆସିବା ସୂଚନା ପାଇ ମାଓବାଦୀ ପୋଲିସ ଉପରକୁ ଅତର୍କିତ ଫାଇରିଂ କରିଥିଲେ । ତେବେ ଉଭୟ ପକ୍ଷରୁ ଏକ ଘଣ୍ଟାରୁ ଅଧିକ ସମୟ ଫାଇରିଂ ହେବା ପରେ ପୋଲିସର ଗୁଳି ସାମ୍ନା କରି ନପାରି ଛତ୍ର ଭଙ୍ଗ ଦେଇଥିଲେ ମାଓବାଦୀ । ମାଓ କ୍ୟାମ୍ପରେ 50 ରୁ ଅଧିକ ହାର୍ଡକୋର ମାଓବାଦୀ ଥିବା ଅନୁମାନ କରୁଛି ପୋଲିସ ।

ଘଟଣାରେ ଅଳ୍ପକେ ବର୍ତ୍ତିଗଲେ ଟପ କ୍ୟାଡ଼ର ମାଓବାଦୀ । ଘଟଣାସ୍ଥଳରୁ 3ଟି ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ଫୋରକ ସାମଗ୍ରୀ ଜବତ । ପୋଲିସକୁ ଟାର୍ଗେଟ କରି ଏକ ବଡ଼ ଧରଣର ହିଂସାକାଣ୍ଡ ଘଟାଇବାକୁ ଯୋଜନା କରୁଥିଲେ ମାଓବାଦୀ । ଏହି ଅପରେସନବେଳେ ଅଧିକା ମାଓବାଦୀ ମୃତାହତ ହୋଇଥିବା ଆଶଙ୍କାରେ ଏବେବି ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ଦେଇଛନ୍ତି କୋଣ୍ଡାଗାଓଁ ଏସପି ସିଦ୍ଧାର୍ଥ ତିୱାରୀ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.