ମାଲକାନଗିରି: ପୁଣି ରୋଜଗାର ପ୍ରଲୋଭନ ଦେଖାଇ ନାବାଳିକା ଚାଲାଣ ଅଭିଯୋଗ ହୋଇଛି । ଗତ କିଛି ଦିନ ଧରି ମାଲକାନଗିରି ଜିଲ୍ଲା ମହୁପଦର ଓ କୋରୁକୋଣ୍ଡା ଅଞ୍ଚଳରୁ ଚାକିରି ଦେବା ବାହାନାରେ ନାବାଳିକା ଚାଲାଣ ହେଉଥିଲା । ଘଟଣା ସମ୍ପର୍କରେ ଜାଣିବା ପରେ ତତ୍ପର ହୋଇଉଠିଛି ଜିଲ୍ଲା ଶିଶୁ ସୁରକ୍ଷା ମଞ୍ଚ ।
ସୂଚନାନୁସାରେ 4 ଜଣ ନାବାଳିକାଙ୍କୁ ଚାକିରି ଦେବା ନାଁରେ ଜୋର ଜବରଦସ୍ତି କୋଲକାତା ଚାଲାଣ କରାଯାଉଥିଲା । ଖବର ପାଇ ଚାଇଲ୍ଡ ଲାଇନ ଜଣେ ଦଲାଲ୍ ସହ 4 ନାବାଳିକାଙ୍କୁ ଉଦ୍ଧାର କରିଛି । ଉଦ୍ଧାର ନାବାଳିକାଙ୍କୁ ଥଇଥାନ ଲାଗି 'ପରିବର୍ତ୍ତନ' ନାମକ ସଂସ୍ଥା ପାଖରେ ରଖାଯାଇଛି । ଏଥିସହିତ ନାବାଳିକା ଚାଲାଣ କରୁଥିବା ରାକେଟ୍କୁ ଗିରଫ କରିବା ଲାଗି ପୋଲିସକୁ ଜଣାଇଛି ଶିଶୁ ସୁରକ୍ଷା ମଞ୍ଚ ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ