ମାଲକାନଗିରି: ଜିଲ୍ଲାରେ ଆଜିଠାରୁ ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ସ୍ଥାନୀୟ ଟାଉନ ହଲ ଠାରେ ଦଳର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ଜିଲ୍ଲା ସଭାପତି ମାନସ ମାଡକାମି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ରାଜ୍ୟ ବିହନ ନିଗମର ଅଧ୍ୟକ୍ଷ ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ ଏବଂ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ସହ ବିଜେଡିର ବହୁ ଦଳୀୟ କର୍ମକର୍ତ୍ତା ଯୋଗ ଦେଇଥିଲେ।
ମାଲକାନଗିରିରେ 37ହଜାର 5ଶହ ଜଣ ବିଜେଡି ସଦସ୍ୟ ଅଛନ୍ତି । ମାଲକାନଗିରି ବିଧାନସଭା ଆସନରେ ବିଜେଡି ପରାଜୟ ବରଣ କରିବା ପରେ ଏବର୍ଷ ସଦସ୍ୟ ସଂଖ୍ୟାକୁ ଏକ ଲକ୍ଷରୁ ଅଧିକ କରିବାକୁ ଦଳ ଲକ୍ଷ୍ୟ ରଖିଛି।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ