ETV Bharat / state

ନର୍ସଙ୍କ ଟିକଟକ ନିଶା, ଆକ୍ସନ ନେବେ ହସ୍ପିଟାଲ କର୍ତ୍ତୃପକ୍ଷ - Malakangiri

କାର୍ଯ୍ୟରତ ନର୍ସଙ୍କ ଟିକଟକ ଭିଡିଓ ଭାଇରାଲ ଘଟଣା । କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଦେଲେ ସୂଚନା ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ମାଲକାନଗିରି
author img

By

Published : Jun 26, 2019, 3:46 PM IST

ମାଲକାନଗିରି: ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ କାର୍ଯ୍ୟରତ ନର୍ସଙ୍କ ଟିକଟକ ଭିଡିଓ ନିଶା । ଡ୍ୟୁଟି ସମୟରେ ନର୍ସଙ୍କ ଟିକଟକ ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କହିଛନ୍ତି ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ମାଲକାନଗିରି

ଘଟଣାରେ ସମ୍ପୃକ୍ତ ୩ ଜଣ ନର୍ସଙ୍କୁ ଡାକି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ପଚରା ଉଚୁରା ଚାଲିଛି । ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି । ନର୍ସ ତାପସୀ ରାଏ, ରୁବି ରାଏ ଓ ଜ୍ୟୋତି ରାଏଙ୍କ ଏଭଳି ଦାୟିତ୍ବହୀନତାକୁ ଗୁରୁତର ସହ ନେଇଛନ୍ତି ମେଡିକାଲ କର୍ତ୍ତୃପକ୍ଷ ।

ମଡେଲିଙ୍ଗ ଭିଡିଓ କରିବା ସହ ନବଜାତ ଶିଶୁଙ୍କ ଜରୁରୀକାଳୀନ ସେବା ଲାଗି ଉଦ୍ଦିଷ୍ଟ ଏସଏନସିୟୁ ରୁମରେ ପିଲାଙ୍କୁ ଧରି ଭିଡିଓ ଏବେ ସମଗ୍ର ଜିଲ୍ଲାରେ ଚହଳ ସୃଷ୍ଟି କରିଥିବା ବେଳେ ନର୍ସଙ୍କ ଦାୟିତ୍ବହୀନତାକୁ ଦର୍ଶାଉଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.