ମାଲକାନଗିରି: ଲାଲଗଡରେ ପୁଣି ମାତିଛନ୍ତି ମାଓବାଦୀ । ଯାହାର ଫଳ ସ୍ବରୂପ ରାସ୍ତା କାମକୁ ବିରୋଧ କରି ମାଥିଲି ଥାନା ଅନ୍ତର୍ଗତ ତେମୁରୁପାଲି ଅଞ୍ଚଳରେ ଗୋଟିଏ ଜେସିବି ସହ ଗୋଟିଏ ଟ୍ରାକ୍ଟରକୁ ଜାଳି ଦେଇଛନ୍ତି ମାଓବାଦୀ । ଏହାସହ ରାସ୍ତା କାମରେ ନିୟୋଜିତ ଥିବା ଜଣେ ସୁପରଭାଇଜରଙ୍କୁ ମଧ୍ୟ ମାଡ ମାରିଥିବା ଅଭିଯୋଗ ହୋଇଛି ।
ତେବେ ଏହି କାଣ୍ଡକୁ ଓଡିଶା-ଛତିଶଗଡର ଦୁର୍ଦ୍ଦାନ୍ତ ମାଓ ସଙ୍ଗଠନ ଦରଭା ମାଓ ଡିଭିଜନ, କାଙ୍ଗେର ଘାଟି ଅଞ୍ଚଳ କମିଟି ପକ୍ଷରୁ କରାଯାଇଥିବା ଜଣାପଡିଛି । ଏଠାରେ ପ୍ରକାଶ ଥାଉ କି କିଛି ଦିନ ତଳେ ଜିଲ୍ଲାର ବିଚ୍ଛିନ୍ନାଞ୍ଚଳରେ ଆନ୍ଧ୍ର-ଓଡିଶା-ଛତିଶଗଡର ଟପ୍ ମାଓନେତା ଆର୍.କେ ପ୍ରବେଶ କରିଥିବା ନେଇ ଜଣା ପଡିଥିଲା ।
ଯାହାକୁ ନେଇ ତିନୋଟି ପଞ୍ଚାୟତର ହଜାର ହଜାର ଆଦିବାସୀ ସରକାରଙ୍କ ବିରୋଧରେ ଏକ ପ୍ରଜାମେଳି ଆୟୋଜନ କରିଥିଲେ । ତେବେ ଆଗକୁ ସାଧାରଣ ନିର୍ବାଚନ ରହିଥିବାବେଳେ ପୁଣି ଥରେ ସକ୍ରିୟ ହୋଇଥିବା ମାଓ ସଙ୍ଗଠନକୁ ନେଇ ଭୟରେ ସ୍ଥାନୀୟ ଲୋକେ । ତେଣୁ ଯଦି ଏହା ପ୍ରତି ସରକାର ସମୟ ଥାଉ ଥାଉ ଦୃଷ୍ଟି ନ ଦିଅନ୍ତି, ତେବେ ମାଓ ଅଞ୍ଚଳରେ ସାଧାରଣ ନିର୍ବାଚନ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଛି ।
ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ