ETV Bharat / state

ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଲାଲ୍‌ତାଣ୍ଡବ, ଜଣେ ମୃତ ଓ ଦୁଇ ଗୁରୁତର

author img

By

Published : Oct 21, 2020, 9:19 AM IST

ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଥମୁନି ମାଓବାଦୀଙ୍କ ଉପଦ୍ରବ । ମାଓବାଦୀଙ୍କ ଆକ୍ରମଣରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଅଢିକ ପଢନ୍ତୁ...

maoists killed a young man in malkangiri
ସ୍ବାଭିମାନ ଅଞ୍ଚଳରେ ମାଓବାଦୀଙ୍କ ଲାଲ୍‌ତାଣ୍ଡବ, ଜଣେ ମୃତ ଓ ଦୁଇ ଗୁରୁତର

ମାଲକାନାଗିରି: ପୁଣି ମାଓବାଦୀଙ୍କ ହିଂସାକାଣ୍ଡ । ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଥମୁନି ମାଓବାଦୀଙ୍କ ଉପଦ୍ରବ । ଗତକାଲି(ମଙ୍ଗଳବାର) ଯୋଡ଼ାମ୍ଭ ଥାନା ଅନ୍ତର୍ଗତ ଖଜୁରୀଗୁଡା ଗ୍ରାମରେ ରାତି ପ୍ରାୟ ୯.୩୦ ସମୟରେ ପ୍ରାୟ ୩୦ରୁ ଉର୍ଦ୍ଧ୍ବ ମାଓବାଦୀ ଆସି ସେହି ଗ୍ରାମର ଦାସ ଖେମୁଡୁ, ସନା ହାନ୍ତାଳ ଓ ସମରୁ ଖିଲଙ୍କୁ ପୋଲିସ ଇନଫର୍ମର ଭାବି ନିର୍ଧୁମ ମାଡ଼ ମାରିଥିଲେ । ଶେଷରେ ଦାସ ଖେମୁଡୁଙ୍କ ଗଳା କାଟି ହତ୍ୟା କରି ଚାଲି ଯାଇଥିଲେ ଲାଲବାହିନୀ ।

ତେବେ ସୁରକ୍ଷା ବାହିନୀଙ୍କ ଉଦ୍ଦେଶ୍ୟରେ ବିଛା ଯାଇଥିବା ଲ୍ୟାଣ୍ଡମାଇନ ଯୋଜନା ବିଷୟରେ ତାଙ୍କୁ ଆଗୁଆ ସୂଚନା ଦେଇଥିବା ଜଣିବାକୁ ପାଇ ଲାଲବାହିନୀ ଏପରି ହତ୍ୟାକାଣ୍ଡ ଘଟାଇ ଥିବାର ଅନୁମାନ କରାଯାଉଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.