ETV Bharat / state

ନକ୍ସଲଙ୍କ ବର୍ବର କାଣ୍ଡ, ପୋଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ହତ୍ୟା

author img

By

Published : Dec 24, 2020, 9:40 AM IST

ମାଲକାନଗିରି ସୀମାନ୍ତ ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍‌ରେ ଜଣଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କଲେ ମାଓବାଦୀ । ଅଧିକ ପଢନ୍ତୁ...

ନକ୍ସଲଙ୍କ ବର୍ବର କାଣ୍ଡ
ନକ୍ସଲଙ୍କ ବର୍ବର କାଣ୍ଡ

ମାଲକାନଗିରି: ନକ୍ସଲଙ୍କ ବର୍ବର କାଣ୍ଡ । ପୋଲିସ ଇନଫର୍ମର ସନ୍ଦେହରେ ମାଲକାନଗିରି ସ୍ବାଭିମାନ ଅଞ୍ଚଳ ସୀମାନ୍ତ ଆନ୍ଧ୍ରପ୍ରଦେଶ ବିଶାଖାପାଟନମ୍‌ର ଜଣଙ୍କୁ ହତ୍ୟା । ପେଦାବାଇଲୁ ବ୍ଲକ ବିନିଲକୋଟା ପଞ୍ଚାୟତ ଚିନ୍ତାଗୁରୁ ଗ୍ରାମର ସତୀଶ ବାବୁଙ୍କୁ ହତ୍ୟା କରିଛନ୍ତି ମାଓବାଦୀ ।

ନକ୍ସଲଙ୍କ ବର୍ବର କାଣ୍ଡ

ହାତକୁ ବାନ୍ଧି ମୁଣ୍ଡକୁ ଧାରୁଆ ଅସ୍ତ୍ରରେ ଆଘାତ କରି ହତ୍ୟା କରିଥିବା କୁହାଯାଉଛି । ରାତି ପ୍ରାୟ ଦୁଇଟାରେ କୋଡିଏରୁ ଅଧିକ ମାଓବାଦୀ ତାଙ୍କୁ ଘରୁ ଡାକି ନେବା ସହ ଗାଁ ମୁଣ୍ଡରେ ହତ୍ୟା କରିଥିବା ସୂଚନା ମିଳିଛି । ହତ୍ୟା ପରେ ମୃତଦେହ ପାଖରେ ଏକ ଚିଠି ଛାଡି ଯାଇଛନ୍ତି ମାଓବାଦୀ ।

ପୋଲିସ ଇନଫର୍ମର, ଗଞ୍ଜେଇ ବ୍ୟବସାୟ ଓ ଆଦିବାସୀଙ୍କୁ ହଇରାଣ କରୁଥିବାରୁ ହତ୍ୟା କରାଯାଇଥିବା ଚିଠିରେ ଉଲ୍ଲେଖ ରହିଛି ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.