ETV Bharat / state

ପୁଣି ମାଓପୋଷ୍ଟର, ଭୋଟ ବର୍ଜନ ପାଇଁ ସାଧାରଣଜନତାଙ୍କୁ ଚେତାବନୀ

ଲାଲଗଡରେ ପୁଣି ମାଓ ପୋଷ୍ଟର। ଚଳିତ ବର୍ଷ ନିର୍ବାଚନ ସମୟରେ ଭୋଟ ବର୍ଜନ ପାଇଁ ସାଧାରଣଜନତାଙ୍କୁ ପୋଷ୍ଚର ମାଧ୍ୟମରେ ମାଓବାଦୀଙ୍କ ଚେତାବନୀ।ଯାହାକୁ ନେଇ ଚିନ୍ତାରେ ନେତା ଏବଂ ଜନତା ।

author img

By

Published : Mar 22, 2019, 11:40 AM IST

ଫଟୋ ସୌଜନ୍ୟ: ସମ୍ବାଦାଦାତା ମାଲକାନଗିରି

ମାଲକାନଗିରି: ଲାଲଗଡରେ ପୁଣି ମାଓ ପୋଷ୍ଟର । କାଲିମେଳା ବସଷ୍ଟାଣ୍ଡ ଏମପିଭି 31 ନିକଟରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ଏହି ଧମକପୂର୍ଣ୍ଣ ପୋଷ୍ଟର । ପୋଷ୍ଟର ମାଧ୍ୟମରେ ନିଜର ଉପସ୍ଥିତି ଓ ଦବଦବାକୁ ଜାହିର କରିବାକୁ ଯାଇ ମାଓବାଦୀସମଗ୍ର ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି କରିଛନ୍ତି । ଯାହାକୁ ନେଇ ଚିନ୍ତାରେ ନେତା ଏବଂ ଜନତା ।

ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ଲୋକସଭା ଓ ବିଧାନସଭାରେ ଭାଗ ନ ନେବା ପାଇଁ ସାଧାରଣଜନତାକୁ ଆହ୍ବାନ କରୁଛି ମାଓ ସଙ୍ଗଠନ । ଏହାସହ ବିଜେପିର ଧର୍ମେନ୍ଦ୍ର ପ୍ରଧାନ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ରାଜନାଥ ସିଂ ଓ ଅମିତ ଶାହାଙ୍କୁ ସାମ୍ରାଜ୍ୟବାଦୀ ହିନ୍ଦୁ, ଉଗ୍ରବାଦୀ ଓ ଦେଶଦ୍ରୋହୀ ବୋଲି ଆଖ୍ୟା ଦେଇଛନ୍ତି ।

ଏପରିକି ସାଧାରଣ ଜନତାଙ୍କୁ ଏମାନଙ୍କୁ ଦେଶରୁ ବାହାର କରିବା ପାଇଁ ଆହ୍ବାନ କରିଛି ଟିଟିଆଇ(ମାଓବାଦୀ କାଲିମେଳା ଆଞ୍ଚଳିକ କମିଟି) । ମାଓପୋଷ୍ଟର ମିଳିବା ପରେ କାଲିମେଳା ପୋଲିସ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି ।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

ଝାଡୁ ବୋଝେଇ ଟ୍ରକରେ ଗଂଜେଇ ଚାଲାଣ,
ଟ୍ରକ ଧରିଲା ନାର୍କୋଟିକ କଣ୍ଟ୍ରୋଲ ବ୍ଯୁରୋ

ଝାଡୁ ବୋଝେଇ ଟ୍ରକରେ ଗଂଜେଇ ଚାଲାଣ।ଗଂଜେଇ ଚାଲାଣର ଫର୍ଦାଫାସ କରିଛି ନାର୍କୋଟିକ କଣ୍ଟ୍ରୋଲ ବ୍ଯୁରୋ।ଗଂଜାମ ରୁ ହରିୟାନା ଗଂଜେଇ ଚାଲାଣ ବେଳ ଗଂଜାମର ପୁଣିତଳା ଛକରେHR-74-4618 ଟ୍ରକକୁ ଜବତ କରିଛି ଏନସିବି ଭୁବନେଶ୍ବର ଟିମ।୪୦୦ କେଜି ଗଂଜେଇ ଜବତ ସହ ଟ୍ରକ ଡ୍ରାଇଭର ନସୀର କୁ ଗିରଫ କରିଛି ନାର୍କୋଟିକ କଣ୍ଟ୍ରୋଲ ବ୍ଯୁରୋ। ତେବେ ଏନେଇ ଛତ୍ରପୁର କୋର୍ଟକୁ ଚାଲାଣ କରାଯାଇଛି।ତେବେ ଗଂଜେଇ ଚାଲାଣ ପାଇଁ ଏମିତି କିଛି ସୁରାକ ପାଇଥିଲା ଟିମ।।ଯେହେତୁ ଇଲେକ୍ସନ ରହୁଛି ସେ ନେଇ ଧରପଗଡ ଜୋରଦାର ହେବ ବୋଲି ସୁଚନା ମିଳିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.