ETV Bharat / state

ନାଳ ପାରି ହେବାବେଳେ ଚାଲିଗଲା ଜୀବନ - deadbody found in canal in malkangir

ମାଲକାନଗିରିର ଚିତ୍ରକୋଣ୍ଡା ବିଚ୍ଛିନାଞ୍ଚଳ ଅଧିନସ୍ଥ ରାଲେଗାଡ଼ା ପଞ୍ଚାୟତର ସାରୁକବନ୍ଧ ଗ୍ରାମର ଗୁରୁ ପାଙ୍ଗି ନାମକ ଜଣେ ବ୍ୟକ୍ତିଙ୍କ ସ୍ଥାନୀୟ ନାଳରେ ପଡିଯିବାରୁ ତାଙ୍କର ମୃତ୍ୟୁ ଘଟିଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି
author img

By

Published : Nov 1, 2019, 11:08 AM IST

Updated : Nov 1, 2019, 11:50 AM IST

ମାଲକାନଗିରି: ନାଳରେ ପଡି ଜଣେ ବ୍ୟକ୍ତି ମୃତ ଘଟିଛି। ମୃତକ ହେଉଛନ୍ତି ମାଲକାନଗିରି ଚିତ୍ରକୋଣ୍ଡା ବିଚ୍ଛିନାଞ୍ଚଳ ଅଧିନସ୍ଥ ରାଲେଗାଡ଼ା ପଞ୍ଚାୟତର ସାରୁକବନ୍ଧ ଗ୍ରାମର ଗୁରୁ ପାଙ୍ଗି। ମୃତକ ନିକଟସ୍ଥ ଗ୍ରାମ ଟେକପଦରକୁ ଯିବାପାଇଁ ନାଳ ପାର ହେଉଥିଲେ। ହେଲେ ଏହି ସମୟରେ ନାଳର ଜଳ ସ୍ରୋତ ଯୋଗୁଁ ସେ ଭାରସାମ୍ୟ ହରାଇ ଏହା ମଧ୍ୟକୁ ଖସି ପଡିଥିଲେ। ପହଁରି ନପାରିବାରୁ ଗୁରୁ ଭାସି ଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମାଲକାନଗିରି

ପରିବାରର ଏକମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ ଗୁରୁ ପାଙ୍ଗୀ। ତାଙ୍କ ମୃତ୍ୟୁ ପରେ ପରିବାର ଲୋକଙ୍କୁ ସରକାରୀ ସହାୟତା ଦେବା ପାଇଁ ପ୍ରଶାସନକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ। ଏପଟେ ଖବର ପାଇ ଚିତ୍ରକୋଣ୍ଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଛେଦ ପାଇଁ ପଠାଇଛି।

ମାଲକାନଗିରିରୁ ଜୟନ୍ତ ତିଆଡି, ଇଟିଭି ଭାରତ

Intro:ନାଳ ପାର ହେଲାବେଳେ ଗଲା ଜୀବନ ।

Body:ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳର ଅନ୍ତର୍ଗତ
ରାଲେଗାଡ଼ା ପଞ୍ଚାୟତର ସାରୁକବନ୍ଧ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ସାରୁକବନ୍ଧ ଗ୍ରାମର ଗୁରୁ ପାଙ୍ଗି ସାରୁକବନ୍ଧ ନାଳରେ ମୁତ୍ଯୁ ବରଣ କରିଥିବା ଖବର ମିଳିଛି। ସୂଚନା ଅନୁସାରେ ଗୁରୁ ପାଙ୍ଗି ନିକଟସ୍ଥ ଗ୍ରାମ ଟେକପଦରକୁ ଯିବାପାଇଁ ନାଳ ପାର ହେଲା ବେଳେ ନାଳଟିର ଜଳ ସ୍ରୋତ ଯୋଗୁ ଗୁରୁ ଭାରସାମ୍ୟ ହରାଇ ନାଳ ରେ ପହଁରି ପାରି ନଥିଲେ। ଯାହାଫଳରେ ସାରୁକବନ୍ଧ ନାଳରେ ଭାସିଯାଇ ସେ ମୂର୍ତ୍ୟୁ ବରଣ କରିଥିଲେ । ଗୁରୁ ପରିବାରର ଜଣେ ରୋଜଗାରକ୍ଷମ ବ୍ୟକ୍ତି ଥିଲେ ଏବଂ ପରିବାର 5ଜଣ ସଦସ୍ୟ ବର୍ତ୍ତମାନ ତାଙ୍କ ମୃତ୍ୟୁ ପରେ ଅସୁବିଧାରେ ସମୁଖୀନ ହେବେ ବୋଲି ଗ୍ରାମବାସୀ କହିବା ସହ ତାଙ୍କ ପରିବାର ପାଇଁ ସରକାରୀ ସହାୟତା ନିମନ୍ତେ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି । ଘଟଣା ସ୍ଥଳରେ ଚିତ୍ରକୋଣ୍ଡା ପୋଲିସ ପହଞ୍ଚି ଶବଟିକୁ ଉଦ୍ଧାର କରିବା ସହ ଶବ ଵ୍ୟଵଛେଦ ପାଇଁ ନେଇଛନ୍ତି ।Conclusion:ମାଲକାନଗିରି ରୁ ଜୟନ୍ତ ତିଆଡି ଇଟିଭି ଭାରତ.......
Last Updated : Nov 1, 2019, 11:50 AM IST

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.