ETV Bharat / state

ନକଲି ନୋଟ ତିଆରି କରି ବନ୍ଧା ହେଲେ ୫ ଅଭିଯୁକ୍ତ - ମାଲକାନଗିରି ଖବର

ନକଲି ଟଙ୍କା ତିଆରି କରୁଥିବା ବେପାରୀଙ୍କ ଅଡ୍ଡା ସ୍ଥଳି ପାଲଟିଛି ମାଲକାନଗିରି ଜିଲ୍ଲା । 5 ଅଭିଯୁକ୍ତଙ୍କୁ କାବୁ କରିଛି ମାଲକାନଗିରି ପୋଲିସ । ଅଧିକ ପଢନ୍ତୁ

ନକଲି ନୋଟ ତିଆରି କରି ବନ୍ଧା ହେଲେ ୫ ଅଭିଯୁକ୍ତ

author img

By

Published : Mar 29, 2022, 9:01 PM IST

ମାଲକାନଗିରି: ଗଞ୍ଜେଇ ଚୋରା ଚାଲାଣ ପାଇଁ ଚର୍ଚ୍ଚାରେ ଥିବା ମାଲକାନଗିରି ଜିଲ୍ଲାରେ ଏବେ ନକଲି ନୋଟ ତିଆରି ଚାଲିଛି । ନକଲି ଟଙ୍କା ତିଆରି କରୁଥିବା ବେପାରୀଙ୍କ ଅଡ୍ଡା ସ୍ଥଳି ପାଲଟିଛି ଜିଲ୍ଲା । 5 ଅଭିଯୁକ୍ତଙ୍କୁ କାବୁ କରିଛି ମାଲକାନଗିରି ପୋଲିସ ।

ନକଲି ନୋଟ ତିଆରି କରି ବନ୍ଧା ହେଲେ ୫ ଅଭିଯୁକ୍ତ

ଗିରଫ ପାଞ୍ଚ ଜଣ ବ୍ୟକ୍ତି ନକଲି ଟଙ୍କା ଲୋକଙ୍କୁ ଦେଉଥିବା ପୋଲିସ ସୂଚନା ପାଇଥିଲା । 5 ଜଣଙ୍କ ଉପରେ ପୋଲିସ ନଜର ରଖିଥିଲା । ଯୋଜନା ମୁତାବକ ସୋମବାର ଶିଖପାଲି ଛକ ଠାରେ ଏମାନଙ୍କୁ କାବୁ କରିଥିଲା । ନକଲି ଟଙ୍କା ନିଜେ ତିଆରି କରୁଥିବା କଥା ପୋଲିସକୁ ଆଗରେ ମାନିଥିଲେ । ତନାଘନା ପରେ ପୋଲିସ ଜାଣିବାକୁ ପାଇଥିଲେ ଯେ ଏହି 5 ଜଣ ଲୋକଙ୍କୁ ନକଲି ଟଙ୍କା ଦେବେ କହି ମିଛ କହୁଥିଲେ କିନ୍ତୁ କାହାକୁ ବି ଟଙ୍କା କାହାକୁ ଦେଇ ନାହାନ୍ତି। ଏହି ଅଭିଯୁକ୍ତ ମାନଙ୍କ ମଧ୍ୟରୁ 2 ଜଣ ୱେଷ୍ଟ ବେଙ୍ଗଲର ହୋଇଥିବା ବେଳେ ଆଉ 3 ଜଣ ମାଲକାନଗିରି ଜିଲ୍ଲାର ।

ଏହି କାରବାର ପାଇଁ ରାଜମେନ୍ଦ୍ରୀ , ବିଶାଖାପାଟଣା , ରାୟପୁର ଭଳି ସ୍ଥାନରେ କରୁଥିଲେ । ସେମାନଙ୍କ ଠାରୁ କିଛି ନକଲି ଟଙ୍କା ତିଆରି କରିବା କେମିକାଲ ଲିକ୍ୟୁଇଡ ଜବତ କରିଛି ମାଲକାନଗିରି ପୋଲିସ। ବର୍ତ୍ତମାନ ତଦନ୍ତ ଚାଲିଥିବା ମାଲକାନଗିରି ଏସଡିପିଓ ଶୁଭେନ୍ଦୁ କୁମାର ପାତ୍ର କହିଛନ୍ତି ।

ମାଲକାନଗିିରିରୁ ପଞ୍ଚାନନ ଦାସ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.