ETV Bharat / state

ମାଲକାନଗିରି ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ 20 ବର୍ଷ ଜେଲ - ମାଲକାନଗିରି ନାବାଳିକା ଦୁଷ୍କର୍ମ ମାମଲା ଶୁଣାଣି

ମାଲକାନଗିରି ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି ଜିଲ୍ଲା ଦୌରାଜଜରେ ହୋଇଛି । ମାମଲାର ଦୋଷୀକୁ 20 ବର୍ଷ ଜେଲଦଣ୍ଡ ଦିଆଯାଇଛି । ଅଧିକ ପଢନ୍ତୁ..

ମାଲକାନଗିରି ନାବାଳିକା ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ 20 ବର୍ଷ ଜେଲ

author img

By

Published : Nov 11, 2020, 6:47 PM IST

Updated : Nov 11, 2020, 10:32 PM IST

ମାଲକାନଗିରି: 2016 ମସିହାରେ ନାବାଳିକାକୁ ଅପହରଣ ଓ ଦୁଷ୍କର୍ମ ମାମଲାର ଶୁଣାଣି ମାଲକାନଗିରି ଜିଲ୍ଲା ଦୌରାଜଜରେ ହୋଇଛି । ମାମଲାର ଶୁଣାଣି କରି ଅଦାଲତ ଦୋଷୀକୁ 20 ବର୍ଷ ସଶ୍ରମ କାରାଦଣ୍ଡ ଦେବା ସହ 50 ହଜାର ଟଙ୍କା ଜୋରିମାନା ପକାଇଛନ୍ତି ।

ମାଲକାନଗିରି ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀକୁ 20 ବର୍ଷ ଜେଲ

ସୂଚନା ଅନୁଯାୟୀ 2016 ମସିହା ଅଗଷ୍ଟ 20 ତାରିଖରେ ମାଲକାନଗିରିର ଜଣେ ନାବାଳିକାଙ୍କୁ ଅଜୟ ସିକଦାର ଅପହରଣ କରି ଦୁଷ୍କର୍ମ କରିଥିଲେ । ଏନେଇ ନାବାଳିକାଙ୍କ ବାପା ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

ମାମଲାକୁ ଏସଆଇ ସନ୍ତୋଷ କୁମାର ତଦନ୍ତ କରିଥିଲେ । ତେବେ ଆଜି(ବୁଧବାର) ଜିଲ୍ଲା ଦୌରାଜର୍ଜରେ ଶୁଣାଣି କରାଯାଇ 27 ଜଣ ସାକ୍ଷୀପ୍ରମାଣକୁ ଭିତ୍ତିକରି ଅଭିଯୁକ୍ତ ଅଜୟ ସିକଦାରକୁ 20 ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ଏଥିସହ ତାଙ୍କ ଉପରେ 50 ହଜାର ଟଙ୍କା ଜରିମାନା ପକାଯାଇଛି । ତେବେ କେସକୁ ସରକାରୀ ଓକିଲ ଲମ୍ବଧର ତୁରୁକ ପରିଚାଳନା କରିଥିଲେ ।

ମାଲକାନଗିରିରୁ ଦେବଦତ୍ତ ବେହେରା, ଇଟିଭି ଭାରତ

Last Updated : Nov 11, 2020, 10:32 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.